ads

Breaking News

ନୟାଗଡ ଜିଲ୍ଲାରୁ ପଲିଥିନ ବନ୍ଦ କରିବାକୁ ପ୍ରଶାସନର ଉଦ୍ୟମ

ଓଡ଼ଗାଁ------ପଲିଥିନ ବନ୍ଦ କରିବାକୁ ପ୍ରଶାସନର ଉଦ୍ୟମ ଆରମ୍ଭ ହୋଇଛି ।  ରାଜ୍ୟରେ ପଲିଥିନର ମାତ୍ରାଧିକ ବ୍ୟବହାର ଯୋଗୁଁ ପରିବେଶ ପ୍ରଦୂଷଣ ହୋଉଛି । ଏଥିପାଇଁ ପଲିଥିନ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଥିଲେ ମଧ୍ୟ ଅଦ୍ୟାବଧି ପଲିଥିନର ବ୍ୟବହାର ବନ୍ଦ ହୋଇନାହିଁ। ଗତକାଲି ପ୍ରଶାସନ ତରଫରୁ ନୟାଗଡ଼ ବଜାରରେ ଚଢ଼ାଉ କରି ବ୍ୟାପକ ପରିମାଣର ପଲିଥିନାଁ ଜବତ କରିବା ସହ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଇଛି । ନୟାଗଡ଼ ଜିଲ୍ଲାରେ ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ସବୁପ୍ରକାର ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଡ଼ଃ ଏନ.ଥିରୁମାଲା ନାଏକ ସୂଚନା ଦେଇଛନ୍ତି ।

ଓଡଗାଁରୁ ସୁଦୀପ୍ତ କୁମାର ଦଳାଇ

ads

Blog Archive

Popular Posts