ads

Breaking News

ନାବାର୍ଡ ସହଯୋଗରେ ନରସିଂହପୁର ଠାରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ର ଉଦଘାଟନ


ନରସିଂହପୁର–-----ନରସିଂହପୁର- ନାବାର୍ଡ ଫାଇନାନ୍ସ (ନାଫିନ୍ସ)ୱାଟର ଲାଇଫ୍ ଇଣ୍ଡିଆ, ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ନରସିଂହପୁର ନିଜିଗଡ ଗ୍ରାମ ପଞ୍ଚାୟତ ଠାରେ ନାବାର୍ଡ ସହାୟତାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପର (ସାମୁହିକ ବିଶୁଦ୍ଧ ଜଳ ଯୋଗାଣ ପରିଯୋଜନା)ଶୁଭ ଉଦଘାଟନ ହୋଇଯାଇଛି ।  ଓଡ଼ିଶାର ପୂର୍ବତନ ଚିଫ୍ ସେକ୍ରେଟାରୀ ତଥା (ନାଫିନ୍ସ) ନାବାର୍ଡ ର ଅଧ୍ୟକ୍ଷ ଯୁଗଳ କିଶୋର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ନାବାର୍ଡ ର ଚିଫ୍ ଜେନେରାଲ ମ୍ୟାନେଜର ଏ ଚନ୍ଦ୍ର ଶେଖର ରାଓ, ନାବାର୍ଡ ଜେନେରାଲ ମ୍ୟାନେଜର ସୁବ୍ରତ କୁମାର ପଣ୍ଡା,ୱାଟର ଲାଇଫ ଇଣ୍ଡିଆ ର ଚେୟାରମ୍ୟାନ ସୁଦେଶ ମେନନ, କଟକ ଜିଲ୍ଲାର ନାବାର୍ଡ ଜେନେରାଲ ମ୍ୟାନେଜର ସିଦ୍ଧାର୍ଥ ଶେଖର ପଣ୍ଡା, ନିଜିଗଡ ସରପଞ୍ଚ ପ୍ରଭାକର ମିଶ୍ର, ଗ୍ରାମ ସଭାପତି ନୀଳମଣି ସାହୁ, ସ୍ୱୟଂଶ୍ରୀ ମହିଳା ମଣ୍ଡଳ ର ଅଧକ୍ଷା ନୟନା ମହାନ୍ତି  ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଶାରେ ନରସିଂହପୁର ହେଉଛି ସବୁଠାରୁ କିଡନୀ ରୋଗି ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା । ସାଧାରଣ ଲୋକଟିଏ ହଜାର ହଜାର ଟଙ୍କା ଖର୍ଚ୍ଚ କରି ସବୁ ସମୟରେ ଶୁଦ୍ଧ ପାନୀୟ ଜଳ ପିଇବା ସମ୍ଭବ ନୁହେଁ । ବଜାର ରେ ଯେଉଁ ପାଣି ଲିଟର ପିଛା 20 ଟଙ୍କା । ସାଧାରଣ ଲୋକମାନେ ଏହାକୁ ମାତ୍ର ପଚାଶ ପଇସା ରେ ପାଇପାରିବେ ଯାହା ଫଳରେ ସମସ୍ତ ବର୍ଗର ଲୋକମାନେ ବ୍ୟବହାର କରିପାରିବେ ନିଜେ ସୁସ୍ଥ ରହିବା ସହ କିଡନୀ ସମସ୍ୟା ଦୂରୀକରଣ ରେ ସହାୟକ ହୋଇପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବିଜୟ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରିଲିପ୍ତା ମିଶ୍ର ସ୍ୱାଗତ ସଙ୍ଗୀତ ଗାନ କରିବା ସହ  ନୃତ୍ୟ ପରିବେଷଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନରସିଂହପୁର କଲେଜର ସେବା ନିବୃତ ଅଧ୍ୟକ୍ଷ କୁଳମଣି ବାରିକି,କ୍ଲବ ସଭାପତି ବୀରକିଶୋର ସାହୁ,ଝରେଶ୍ୱର ସାହୁ,ପ୍ରତାପ ଚନ୍ଦ୍ର ପଣ୍ଡା, ଲାଲୁ ପଣ୍ଡା, ବାପି ପରିଡ଼ା, ମନୋଜ କୁମାର ମହାପାତ୍ର, ବସନ୍ତ କୁମାର ପଣ୍ଡା, ଅମୂଲ୍ୟ ମହାପାତ୍ର, ଯୋଗେଶ ଚନ୍ଦ୍ର ରଣା,ବାମଦେବ ଦାଶ,ପ୍ରୀୟମ୍ବଦା ଦେବୀ, ଝରଣା ବିଶ୍ୱାଳ, ଗୋଲାପ ମହାପାତ୍ର, ମଧୁସ୍ମିତା ରଣା ଙ୍କ ସମେତ ଗ୍ରାମବାସୀ ବିଭିନ୍ନ ମହିଳା ଗ୍ରୁପର ସଦସ୍ୟା ପ୍ରମୁଖ ଯୋଗଦେବା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ads

Blog Archive

Popular Posts