ads

Breaking News

ସତ୍ୟବାଦୀରେ ସ୍ୱଚ୍ଛତା ପକ୍ଷ ପାଳନ

 ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚାୟତର ବିରିପଡିଆ ଠାରେ ଥିବା କତାଶିଳ୍ପ ପରିସରରେ ଲଘୁ କ୍ଷୁତ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରଣାଳୟ ଭାରତ ସରକାରଙ୍କ ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳନ ହୋଇଯାଇଛି । ଅନୁଷ୍ଠିତ ସଭାରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିିତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ  ଉପସ୍ଥିତ ଥିବା ମହିଳା ମାନେ  ନିଜ ନିଜ ଘରେ ପାଇଖାନ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ  । ସମ୍ମାନୀତ ଅତିଥି ଭାବେ ବିଡିଓ ସରୋଜ ଦତ୍ତ ଯୋଗଦେଇ କହିଥିଲେ ଫାନି ବାତ୍ୟାରେ ଭାଙ୍ଗି ପଡିଥିବା ଆଜବେଷ୍ଟସ, ଗଛ, ପତ୍ର ସଫା କରି ଗ୍ରାମର ଗୋଟିଏ ଜାଗାରେ ଏକାଠି ଗଦାଇ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଲେ ସେ ଏହାକୁ ଉଠାଇ ନେବେ ବୋଲି କହିଥିଲେ  ।   ଫାନି ବାତ୍ୟାରେ ଆମର ସବୁଠାରୁ ନଡିଆ, ଆମ୍ବ, ପଣସ, ପୋଲାଙ୍ଗ, ଗୁଆ ଆଦି ଗଛ ଗୁଡିକ ନଷ୍ଟ ହୋଇଛି । ଏଣୁ ତୁରନ୍ତ ଖାଲି ଯାଗାରେ ଗଛ ଚାରା ରୋପଣ କରିବା ପାଇଁ ଉପସ୍ଥିତି ଥିବା ମହିଳା ମାନଙ୍କୁ ନିବେଦନ କରିଥିଲେ  । ଏହି ଅବସରରେ କତା ଶିଳ୍ପ କେନ୍ଦ୍ର ପରିସରରେ ଅତିଥି ମାନେ ନଡିଆ , ଆମ୍ବ, ଗୁଆ, ଡାଲିମ୍ବ ଗଛ ଚାରା ରୋପଣ କରିଥିଲେ  । ଏହି କାର୍ଯ୍ୟକ୍ରମରେ ପ୍ରାୟ ଶତାଧିକ ମହିଳା ଯୋଗଦେଇଥିଲେ  । ସ୍ଥାନୀୟ ସରପଞ୍ଚ ତ୍ରିପାଥ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ଭୁବନେଶ୍ୱର କତା ଶିଳ୍ପ ନିଗମର ଅଧିକାରୀ ଦେଶବନ୍ଧୁ ଦାସ ସଭାକାର୍ଯ୍ୟ ପରିଚାଳନା କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ଜେଇ ସୁଜାତା ପରିଡା, ସାମାଜିକକର୍ମୀ ସୁରେଶ କୁମାର ସାହୁ, ଜୟଦୁର୍ଗା ମହିଳା ମହାସଂଘର ସଭାନେତ୍ରୀ ଲକ୍ଷ୍ମୀପିୟା ଦାଶ ସମ୍ପାଦିକା ଜୋସ୍ନାରାଣୀ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


ads

Blog Archive

Popular Posts