ads

Breaking News

ସତ୍ୟବାଦୀ ବ୍ଳକର ଦୁଗଲ ଗ୍ରାମ ପଞ୍ଚାୟତରେ ଫାନିରେ କ୍ଷୟକ୍ଷତି ଅନୁସନ୍ଦାନ କଲେ କେନ୍ଦ୍ରୀୟ ଦଳ

 ସାକ୍ଷୀଗୋପାଳ---- ସାମୁଦ୍ରିକ ବାତ୍ୟା ଫାନି ଯିବାର ୪୮ ଦିନ ପରେ ସତ୍ୟବାଦୀ ବ୍ଳକର ଦୁଗଲ ଗ୍ରାମରେ ପହଞ୍ଚିଛି କେନ୍ଦ୍ରୀୟ ଅନୁଧ୍ୟ୍ୟାନ ଟିମ  । ସୁରାଷ୍ଟ ମନ୍ତ୍ରଣାଳୟ ଅତିରିକ୍ତ ସଚ୍ଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା ଟିମ ଆଜି ସକାଳେ ସତ୍ୟବାଦୀ ବ୍ଳକର ଦୁଗଲ ଗ୍ରାମ ପଞ୍ଚାୟତକୁ ଯାଇଥିଲେ  । ସ୍ଥାନୀୟ ଗ୍ରାମରେ ଭାଙ୍ଗି ଯାଇଥିବା ଲୋକଙ୍କ ଘରଦ୍ୱାର ଦେଖିବା ସହ ନଡିଆ ଗଛ, ଗୁଆ ଗଛ, ପୋଲାଙ୍ଗ ଗଛ, ଆମ୍ବ ଗଛ, ପଣସ ଗଛ, ଶାଗୁଆନ, ୟୁକାଲପଟାସ ଆଦି ବୃକ୍ଷ ଗୁଡିକ ଭାଙ୍ଗିଥିବା ଦେଖି ଥିଲେ  । ସେହିପରି ଉକ୍ତ ଟିମ ସିଧା ସଳକ ଲୋକଙ୍କ ସହ ଆଲେଚନା କରିଥିଲେ  । ବାତ୍ୟା ସମୟରେ କେଉଁଠି ଥିଲା କ’ଣ ଖାଇଲ ତାପରେ ବ୍ଳକ ପ୍ରଶାସ ନ ପକ୍ଷରୁ କ’ଣ କ’ଣ ମିଳିଛି ତାହା ଟିକି ନିଖିକରି ବୁଝିଥିଲେ  । ଏପରିକି ବାତ୍ୟା ପରେ ୫୦ କେଜି ଚାଉଳ ଓ ୩ହଜାରଟଙ୍କା ପାଇଛକି ନାହିଁ ତାହା ପଚାରିଥିଲେ  । ପରେ ପରେ ସେଠାରେ ଥିବା ଏକ ହରିଜନ ବସ୍ତି ମଧ୍ୟକୁ ଯାଇ ସେମାନଙ୍କ ଘର ସବୁ ମାଟିରେ ମିଶିଥିବା ଦେଖିବା ସହ ସେମାନଙ୍କ ସହ ମଧ୍ୟ ବ୍ଳକ ପ୍ରଶାସନ ପକ୍ଷରୁ ଯୋଗାି ଦିଆଯାଇଥବା ରିଲିଫ ସମ୍ପର୍କେ ଆଲେଚନା କରିଥିଲେ  । ସେଠାରୁ ଫେରି ବୀରଗୋବିନ୍ଦପୁର ଗ୍ରାମବାସୀଙ୍କ ସହ ଆଲେଚନା କରିଥିଲେ  । ଗ୍ରାମବାସୀ ମାନେ କେନ୍ଦ୍ରୀୟ ଟିମ ଓ ଅଧିକାରୀ ମାନଙ୍କୁ ତୁରନ୍ତ ଦିନରାତି ପାନୀୟ ଜଳ ଯୋଗାଇ ଦେବା ପାଇଁ  ଦାବି କରିଥିଲେ  । ଅନ୍ୟପକ୍ଷେ ଘର ଭାଙ୍ଗି ଯାଇଥବା ପରିବାର ଗୁଡିକ ତୁରନ୍ତ ଘର ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ  । ପୁରୀ ଜିଲ୍ଲାପାଳ ବଲୱାନ୍ତ ସିଂ, ବିଭାଗୀୟ ସଚ୍ଚିବ , ବାଣିଜ୍ୟ ଓ ପରିବହନସଚ୍ଚିବ ଡି. ଶ୍ରୀନିବାସ, କୃଷି ବିଭାଗ ନିର୍ଦ୍ଦେଶକଡ. ଏମ୍ ମୁଥୁ କୁମାର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଇତିଶ୍ରୀ ନାୟକ, ସତ୍ୟବାଦୀ ବ୍ଳକ ବିଡିଓ ସରୋଜ ଦତ୍ତ, ତହସିଲଦାର କସ୍ତୁରୀ ପ୍ରଧାନ, ସ୍ଥାନୀୟ ସରପଞ୍ଚ ପ୍ରକାଶ ଖଟେଇ, ଗ୍ରାମ୍ୟ ପଞ୍ଚାୟତ ଅଧିକାରୀ ରାମଚନ୍ଦ୍ର ସାମର୍ଥାଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ  ।  ପରେ ପରେ ପୁରୀ ସଦରର ବୀରହରେକୃଷ୍ଣପୁର ଗ୍ରାମ ବୁଲିଥଲେ କେନ୍ଦ୍ରୀୟ ଦଳ  ।  ସ୍ୱତନ୍ତ୍ର ପ୍ରଶିକ୍ଷଣ ସମ୍ମଳନୀ ପ୍ରକୋଷ୍ଠ ପରିସରରେ ଜିଲ୍ଲା ଅଧିକାରୀ ଓ କେନ୍ଦ୍ରୀୟ ଟିମ ମଧ୍ୟରେ ଏକ ଆଲେଚନା ହୋଇଥିଲା  ।  ପୁରୀ ଜିଲ୍ଲାରେ ବାତ୍ୟାରେ କ୍ଷୟକ୍ଷତି ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ଭରଦ୍ୱାଜ କହିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


ads

Blog Archive

Popular Posts