ପିପିଲିରେ ଛାତ୍ର ଓ ଯୁବ ବିଜେଡି ସମାବେଶ ପାଇଁ ପ୍ରସ୍ତୁତି ବୈଠକ
ପିପିଲି-----ପିପିଲି ରେ ବ୍ଲକ ସ୍ତରୀୟ ଛାତ୍ର ଓ ଯୁବ ବିଜେଡି ସମାବେଶ ଅନୁଷ୍ଠିତ ହେବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ କୁଳଶେଖର ପଞ୍ଚାୟତ ମା ଉତ୍ତରେଶ୍ୱରି ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଛି । ବିଜୁ ଜନତା ଦଳ ଯୁବ ଓ ଛାତ୍ର ମାନଙ୍କୁ ନେଇ ନିର୍ବାଚନ ମଇଦାନ କୁ ଓହ୍ଲାଇବ ପାଇଁ ଏହି ସମାବେଶ ଆୟୋଜନ କରିବାକୁ ଯାଉଛି । ବ୍ଲକ ଯୁବ ବିଜେଡି ସଭାପତି ମନୋଜ ଦାସ ପ୍ରସ୍ତୁତି ବୈଠକରେ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ବ୍ଲକ ବିଜେଡି ସଭାପତି ତଥା ସାଂସଦଙ୍କ ପ୍ରତିନିଧି ପ୍ରଫୁଲ୍ଲ କୁମାର ସ୍ୱାଇଁ ସଭା ପରିଚାଳନା କରିଥିଲେ । ଅନ୍ୟ ଅତିଥି ଭାବେ ଯୁବନେତା ତଥା ଆତ୍ମା ଅଧକ୍ଷ ପିପିଲି ଧରଣିଧର ସାହୁ ଓ ବ୍ଲକ ଉପାଧକ୍ଷ ଯୁଧିଷ୍ଠିର ସ୍ୱାଇଁ,କୁଞ୍ଜ ମୋହନ ଦାସ,ସଦାସିବ ଦାସ,ପିପିଲି ପୈାରାଞ୍ଚଳ ଯୁବ ବିଜେଡି ସଭାପତି ପ୍ରଫୁଲ୍ଲ ସାହୁ,ପୂର୍ବତନ ଅଧକ୍ଷ ପିପିଲି ପୌରାଞ୍ଚଳ ସେକ୍ ବାବୁ,ଯୁବ ସଂଘଠକ ଆର୍ତ୍ତବନ୍ଧୁ ସାମନ୍ତରାୟ, ସରପଞ୍ଚ ସଂଘ ସଭାପତି ପୁରୀ ଜିଲ୍ଲା ପ୍ରକାସ କୁମାର ଧଳ,ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ କୁମାର ମହାପାତ୍ର,ଛାତ୍ର ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଂଜନ ପୁଷ୍ଟି,ଛାତ୍ର ବିଜେଡି ଭୁବନେଶ୍ୱର ଜୋନ ସାଧାରଣ ସମ୍ପାଦକ ସତ୍ୟବ୍ରତ ମିଶ୍ର, ପିପିଲି ଯୁବ ବିଜେଡି ସଗଂଠନର ସମ୍ପାଦକ ବିଶ୍ୱଜିତ ଦାସ,ଉପଦେଷ୍ଟା ଅଶୋକ କୁମାର ଦାସ,ଯୁବ ବିଜେଡି ସାଧାରଣ ସମ୍ପାଦକ ମନୋରଂଜନ ପରିଡା,ଅମୁଲ୍ୟ କୁମାର ପ୍ରଧାନ ,ଅଜୟ ଘଡେଇ,ବାବୁଲି ସ୍ୱାଇଁ,ନକୁଳ ପ୍ରଧାନ,ଆଶିଷ ବରାଳ,ପିକୁ ପ୍ରଧାନ,ଦୃର୍ଗା ପ୍ରସାଦ ଚଉଁରି ପ୍ରମୁଖ ଯୋଗ ଦେଇ ଛାତ୍ର ଓ ଯୁବ ବିଜେଡି ସମାବେଶକୁ ସଫଳ କରିବା ପାଇଁ ଆଲୋଚନା କରିଥିଲେ । ନିର୍ବାଚନ ପାଖେଇ ଆସୁଥିବା ରୁ ବିଜୁ ଜନତା ଦଳର ଯୁବ ସଦସ୍ୟ ମାନେ ରାଜ୍ୟ ସରକାରଙ୍କ ଯୋଜନା କୁ ପ୍ରତି ପରିବାର ପାକରେ ପହଞ୍ଚାଇବା ପାଇଁ ଏହି ସମାବେଶରେ ଅତିଥି ମାନେ ଗୁରୁତ୍ୱ ଦେଇଥିଲେ । ଛାତ୍ର ଓ ଯୁବ ସମାବେଶ କରିବା ନେଇ ପୂର୍ବତନ ମନ୍ତ୍ରୀ ତଥା ପିପିଲି ଡେଲାଙ୍ଗର ବିଧାୟକ ପ୍ରଦୀପ ମହାରଥୀଙ୍କ ସହ ଆଲୋଚନା କରାଯାଇ ଖୁବ ଶିଘ୍ର ନିର୍ଦ୍ଧାରିତ ସମୟ ଓ ତାରିଖ ଘୋଷଣା କରାଯିବ ବୋଲି ଛାତ୍ର ଓ ଯୁବ ନେତା ମନୋଜ ଦାସ ଓ ଜ୍ୟୋତି ରଂଜନ ପୁଷ୍ଟି ସଭାରେ ଘୋଷଣା କରିଚନ୍ତି ।
ପିପିଲିରୁ ବିଜୟ କୁମାର ମିଶ୍ର
