ads

Breaking News

ସତ୍ଯବାଦୀରେ ଆରମ୍ଭ ହେଲା ଦୁତୀୟ ପର୍ଯ୍ଯାୟ ପିଠା କାର୍ଯ୍ଯକ୍ରମ


ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ଦୁଗଲ ଗ୍ରାମ ପଞ୍ଚାୟତରେ ଦୁତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ବ୍ଳକ ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା, ସରପଞ୍ଚ ପ୍ରକାଶ ଖଟେଇ, ସଭିତିସଭ୍ୟ ଯଦୁମଣି ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ  ଓ ବିଦ୍ୟୁତ ବିଭାଗର ଏସଡିଓ, ଯୁବ ସଂଗଠକ ସୁବାଷ ପ୍ରଧାନ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କେ ଆଲେକପାତ କରିଥିଲେ । ଶହେଟି ପରିବାରଙ୍କୁ ଏଲଇଡି ବଲ ବିପ୍ରଣ କରାଯାଇଥିଲା । ସେହିପରି କାହୁଆ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ପିଠା କାର୍ଯ୍ୟକ୍ରମରେ ବିଡିଓ ଡ. ଗୌରବ ମୟ ପ୍ରଧାନ, ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ . ଜିଲ୍ଲାପରିଷଦ ସଙ୍ୟ ପ୍ରହଲ୍ଲାଦ ଗଟୁଆରୀ ପ୍ରମୁଖ ଯୋଗଦେଇଥିଲେ । ସେହିପରି ସାରଙ୍ଗଯୋଡି, କେତକିପାଟଣା ଗ୍ରାମ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts