ସାହିତ୍ଯ କଳା ପରିଷଦର ମକର ମିଳନ ବାର୍ଷିକ ଉତ୍ସବ
ବଙ୍ଗୋମୁଣ୍ଡା-----ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସାହିତ୍ୟ କଳା ପରିଷଦ ବଙ୍ଗୋମୁଣ୍ଡା ପକ୍ଷରୁ ମକର ମିଳନ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଦେବୀ ମାଁ ଦ୍ୱାରସେହ୍ନୀ ଙ୍କ ପୀଠ ରୁ ପୂଜାର୍ଚ୍ଚନା ପରେ ମଶାଳ ଶୋଭାଯାତ୍ରା ମଞ୍ଚ ସ୍ଥଳରେ ପହଞ୍ଚିଥିଲା । ଅନୁଷ୍ଠାନର ସଭାପତି ଡଃ ନାରାୟଣ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ସରପଞ୍ଚ ସୁଶାନ୍ତ କୁମାର ଯୋଷୀ,ମୁଖ୍ୟ ବକ୍ତା କୁଟୁମଡୋଲା ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୟ କୁମାର ଦାସ,ସମ୍ମାନିତ ଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟି ସଂପାଦକ ସୁଧାଂଶୁ ଦାସ,ସାଂସଦଙ୍କ ପ୍ରତିନିଧି ଶରତ ଚନ୍ଦ୍ର ସିଂ ଭୋଇ,ବିଧାୟକ ପ୍ରତିିନିଧି ଲାଲଚନ ପୁଟେଲ,ପତ୍ରାପାଲି ସରପଞ୍ଚ ପ୍ରତିନିଧି ଯୁଧିଷ୍ଠିର ଭରାସଗ୍ରିଆ,ସାହିତ୍ୟ କଳା ପରିଷଦ ର ଉପସଭାପତି ସୁରେଶ ଭୋଇ,ସାଧାରଣ ସଂପାଦକ ନିଗମାନନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଭଜନ କଣ୍ଠ ଶିଲ୍ପୀ ରାସବିହାରୀ ଘିଭେଲା ପ୍ରାରମ୍ଭିକ ଭଜନ ପରିବେଷଣ କରିଥିଲେ । ସଭାପତି ଙ୍କ ସ୍ୱାଗତ ଅଭିଭାଷଣ ପ୍ରଦାନ ପରେ ସଂପାଦକ ସଂପାଦକୀୟ ବିବରଣୀ ପଠନ କରିଥିଲେ । କଳା,ସଂସ୍କୃତି,ଐତିହ୍ୟ ସାମାଜିକ ଜୀବନ କୁ ବଳିଷ୍ଠ କରିଥାଏ ।ଲୁପ୍ତପ୍ରାୟ କଳା କୁ ଉଜ୍ଜୀବିତ କରି ରଖିବା ସମସ୍ତ ଙ୍କ ଧୈୟ ହେଉ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କ୍ରୀଡାବିତ ତଥା ଶିକ୍ଷକ ନେତ୍ରମଣି ଭୋଇ,ସମାଜସେବୀ ତଥା ଶିକ୍ଷାବିତ ସୁରଥ ବେହେରା,ବିଶିଷ୍ଠ ସଂଚାର ବାଦକ ସତ୍ୟନାରାୟଣ ଭୋଇ ଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷୟିତ୍ରୀ ବିନୋଦିନୀ ନାଏକ ସଭା ସଂଯୋଜନା କରିଥିଲେ । କବି ସୌରଭ ଡିଙ୍ଗର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । କୁନି କୁନି କଳାକାର ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହୋଇଥିଲା । ସଂକିର୍ତ୍ତନ୍ୟ,ସଂଚାର ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସାଂସ୍କୃତିକ ସଂପାଦକ ରେଣୁରଞ୍ଜନ ବାଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଂପାଦକ ରଶ୍ମିରଞ୍ଜନ ପୁଟେଲ,ସନ୍ତୋଷ କୁମାର ତ୍ରିପାଠୀ,ଭକ୍ତବନ୍ଧୁ ସାହୁ,ମହାଦେବ ଭୋଇ,ସୁଧାକର ସାହୁ,ନିତ୍ୟାନନ୍ଦ ବେହେରା,ଗଣାଧୀପ ଦାସ,ପ୍ରମୋଦ ସାହୁ,ମେନକା ପୁଟେଲ,ଅମିତ ଥନାପତି,ଅଜିତ ପୁଟେଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ ।
ବଙ୍ଗୋମୁଣ୍ଡାରୁ ଅଶୋକ ନାରାୟଣ ଭୋଇ
