ads

Breaking News

ନୂତନ ବର୍ଷରେ ମୁଖ୍ଯମନ୍ତୀ ଜଗନ୍ନାଥଙ୍କୁ ଦର୍ଶନ କଲେ

କୋଣାର୍କ----ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂତନ ବର୍ଷରେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ରାଜ୍ୟ ବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।  ।  ତେବେ ଶାରୀରିକ ସାମାନ୍ୟ ଅସୁସ୍ଥତା ହେତୁ ଶ୍ରୀମନ୍ଦିର ଭିତରକୁ ନ ଯାଇ ସିଂହ ଦ୍ୱାର ରେ ଥିବା ପତିତପାବନ ଙ୍କୁ ମୁଣ୍ଡିଆ ମାରିଥିଲେ ମୁଖ୍ୟମନ୍ତ୍ରୀ। ଆଜି ମୁଖ୍ୟମନ୍ତ୍ରୀ ଦିନ ୧୨ ଟା ୩୦ ରେ ଶ୍ରୀମନ୍ଦିରରେ ପହଁଚି ଥିଲେ । ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଖଣ୍ଡୁଆ ପାଟ ଦେଇ ମୁଖ୍ୟ ମନ୍ତ୍ରୀ ଙ୍କୁ ସ୍ୱାଗତ କରିବା ସହ ପତିତପାବନ ଦର୍ଶନ କରାଇ ଥିଲେ। ପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଯାଇଥିଲେ। 

ନିମାପଡାରୁ ଜୟନ୍ତ ସେଠୀ

ads

Blog Archive

Popular Posts