ଅଶ୍ବସ୍ଥ ଗଛରେ ଦୁବୁର୍ତ୍ତ ଲଗାଇଲେ ନିଆଁ
ଡେଲାଙ୍ଗ---- ଡେଲାଙ୍ଗ ରେଞ୍ଚ ଲେବୁଲ କଂସ୍ରି ପାଖରେ ବହୁ ଦିନର ଏକ ଅଶ୍ୱସ୍ଥ ଗଛ ରହିଛି । ମାତ୍ର ଗଛଟି ସମ୍ପର୍ଣ୍ଣ ଭାବରେ ପୋଲା ହୋଇଥିଲେ ମଧ୍ୟ ଗଛଟି ବଞ୍ଚିଛି । ଶନିବାର ବିଳମ୍ବିତ ରାତିରେ କୋଣସି ଦୁବୁର୍ତ୍ତ ଉକ୍ତ ଗଛ ମୂଲରେ ନିଆଁ ଲଗାଇ ଦେଇଥିଲା । ଯାହାକି ଗଛର ଚତୁପାଶ୍ୱର୍ରେ ପଡିଥିବା ଶୁଖିଲା ପତ୍ର ଓ ଅଳିଆ ଅବର୍ଜନା ଜଳିବା ସହ ଗଛଟି ଜଳି ଉଠିଥିଲା । ପାଖରେ ଥିବା ରେଳୱ ଲେବୁଲ ଗେଟ କିପର ଉଠିବା ବେଳକୁ ଗଛ ହୁତୁ ହୁତୁ ହୋଇ ଜଳୁଛି । ଗାଡି ଆସିଲେ କୌଣସି ଦୁର୍ଘଟଣା ଘଟିବାର ସମ୍ବାବନାକୁ ନଜର କରି ତୁରନ୍ତ ଷ୍ଟେସନ ମାଷ୍ଟରଙ୍କୁ ଜଣାଇବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
