ଚିକିତ୍ସା ରେ ବାଧକ ସାଜିଛି ଅର୍ଥ
ନିମାପଡା---୧୫ବର୍ଷ ରୁ ଉର୍ଦ୍ଦ ହେବ ସ୍ନାୟୁ ଜନିତ ରେଗ ରୋଗରେ ପିଡୀତ ହୋଇ ଶର୍ଯ୍ୟା ରେ ପଡି ରହିଛନ୍ତି ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗା ର ଲକ୍ଷ୍ମୀଧର ବେହେରା । ସେପଟେ ବିଧବା ଭଉଣୀ ହାତରେ ଭିନ୍ନକ୍ଷମ ଭାଇର ଜୀବନ । ସରକାରୀ ୨୦ କେଜି ଚାଉଳ ଓ ୩ଶହ ଟଙ୍କାରେ ବିତୁଛି ଏମାନଙ୍କର ଜିବନ । ୪ ପ୍ରାଣୀ ଓ ଭାଇର ଔଷଧ ଖର୍ଚ୍ଚ ପାଇଁ ଲକ୍ଷ୍ମୀଧରଙ୍କର ଦେବଦୁତ ସାଜିଛି ଭଉଣୀ ମିନତୀ ।
ବୟସ ମାତ୍ର ୪୦ ବର୍ଷ, ଯେଉଁ ବୟସ ରେ ପରିବାରର ଭରଣ ପୋଷଣର ଦାୟିତ୍ଵ ନେଇଥାଏ ପୁଅ, ସେଇ ବୟସ ରେ ଏବେ ସେ ପରିବାର ପାଇଁ ବୋଝ ପାଲଟିଯାଇଛି । ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଦ୍ବ ହେବ ସ୍ନାୟୁ ଜନିତ ରୋଗରେ ପିଡୀତ ହୋଇ ଶର୍ଯ୍ୟାଶାୟୀ ହୋଇଛି ଲକ୍ଷ୍ମୀଧର । ନିମାପଡା ବଳଙ୍ଗା ଗ୍ରାମର କୁଞ୍ଜ ବେହେରାଙ୍କ ପୁଅ ଲକ୍ଷ୍ମୀଧର , ବଳଙ୍ଗା ବଜାରରେ ଏକ ପାନଖିଲ ଦୋକାନ କରି ପରିବାର ଭରଣପୋଷଣ କରୁଥିଲେ । ଏହି ଦୋକାନରୁ ଭଲ ଦି ପଇସା ଉପ।ର୍ଜନ କରି ପରିବାର ଚଳାଇବା ସହିତ କଷ୍ଟେ ମଷ୍ଟେ ଏହି ଅର୍ଥରେ ଦୁଇ ବଖରା ଘର କରି ଥିଲେ ଲକ୍ଷ୍ମୀଧର । କିନ୍ତୁ ବୋଧ ହୁଏ ଦଇବ ସହି ପାରିଲାଣି ଲକ୍ଷ୍ମୀଧର ଙ୍କୁ । ଲକ୍ଷ୍ମୀଧର ଦୋକାନାରେ ବସିଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡିଲେ , ଦୀର୍ଘ ଦିନ ଧରି ଚିକିତ୍ସା ହେଲେ ମଧ୍ୟ ସ୍ନାୟୁ ଜନିତ ରୋଗ ପାଇଁ ପୁରା ପୁରି ଅକାମୀ ହୋଇପଡିଲେ । ନିଜର ଅର୍ଜିତ ସମସ୍ତ ଧନ ଚିକିତ୍ସା ରେ ଖର୍ଚ୍ଚ କରିଥିଲେ ମଧ୍ୟ କୌଣସି ସୁଧାର ଅ।ସିଲା ନାହିଁ ଲକ୍ଷ୍ମୀଧରଙ୍କର । ଚିକିତ୍ସା ପାଇଁ ଅ।ଉ ଅର୍ଥ ଅ।ବଶ୍ୟକ ପଡୁଥିବା ବେଳେ ବାଧ୍ୟ ହୋଇ ପରିବାର ଲୋକେ ଅର୍ଥ ଅଭାବରୁ ଘରେ ପକାଇ ରଖିଲେ ପୁଅକୁ । ପୁଅର ଏଭଳି ଅବସ୍ଥା ଦେଖି ପ୍ରଥମେ ମାଆ । କିଛି ଦିନ ପରେ ବାପା ଲକ୍ଷ୍ମୀଧରଙ୍କୁ ଛାଡି ଚାଲିଗଲେ ଅ।ରପାରିକୁ । ସେପଟେ ସାତ ଜନମ କୁ ସାକ୍ଷୀ ରଖି ଅ।ସିଥିବା ପତ୍ନୀ 3 ପିଲାଙ୍କ ମଧ୍ୟରୁ 2 ଜଣଙ୍କୁ ଛାଡି ଚାଲି ଯାଇଥିବା ବେଳେ ବଡ ଝିଅ ବାପାଙ୍କ ପାଖରେ ଛାଡିଯାଇଥିଲେ । ଏତିକି ବେଳେ ଲକ୍ଷ୍ମୀଧରଙ୍କର ବିଧବା ଭଉଣୀ ଦେବଦୁତ ସାଜି ଲକ୍ଷ୍ମୀଧରଙ୍କର ସେବା ସୁସ୍ଥତା ଜାରି ରଖିଛନ୍ତି । ସୈ ମଧ୍ଯ ଅନ୍ଧାରକଣା ରୋଗରେ ପିଡିତ । ଲକ୍ଷ୍ମୀଧର ସଂପୂର୍ଣ୍ଣ ଅଚଳ ହୋଇ ଗୋଟିଏ ସ୍ଥାନରେ ପଡି ରହିଥିବା ବେଳେ ଏବେ ସରକାର ୨୦ କେଜି ଚାଉଳ ଓ ୩ ଶହ ଟଙ୍କା ଭତ୍ତା ପରିବାର ପେଟକୁ ଅ।ହାର ଯୋଗାଉଛି । ଲକ୍ଷ୍ମୀଧରଙ୍କର ଝିଅ ଏବେ ଦଶମ ଶ୍ରେଣୀ ରେ ପାଠ ପଢୁଥିବା ବେଳେ ବିଧବା ଭଉଣୀଙ୍କର ପୁଅ ମଧ୍ୟ ପାଠ ପଢୁଛି, ଏମାନଙ୍କ ପାଠ ପଢା ଖର୍ଚ୍ଚ ସହିତ ଲକ୍ଷ୍ମୀଧରଙ୍କ ଚିକିତ୍ସା ପାଇଁ ଭଉଣୀ ପର ଘରେ କାର୍ଯ୍ୟ କରି ଉର୍ପାଜିତ ଅର୍ଥ ରେ ଏହା କରିବା ଅସମ୍ଭବ ହୋଇ ପଡିଥିବା ବେଳେ ଅର୍ଥ ଅଭାବରୁ ବିଛଣାରେ ଚିକିତ୍ସା ଅଭାବରୁ ପଡି ରହିଛି ଲକ୍ଷ୍ମୀଧର । ସରକାର ଯଦି ଏମାନଙ୍କୁ ସାହାର୍ଯ୍ୟ କରନ୍ତେ ତେବେ ଲକ୍ଷ୍ମୀଧର ପୁର୍ନଵାର ଚିକିତ୍ସା ହୋଇ ପାରନ୍ତା ବୋଲି ଗ୍ରାମବାସୀ ମାନେ ପୁରୀ ଜିଲ୍ଳାପାଳଙ୍କୁ ନିବେଦନ କରିଛନ୍ତି ।
ନିମାପଡାରୁ ଜୟନ୍ତ କୂମାର ସେଠୀ
