ads

Breaking News

ସର୍ବ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ଓ ୩୩ ତମ ମହତାବଙ୍କ ଶ୍ରାଦ୍ଧଦିବସ ପାଳିତ


ଭୁବନେଶ୍ୱର--- ଶହୀଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମ ସଦନ ପରିସରରେ ବୁଧବାର ସକାଳେ ସର୍ବ ଭାରତୀୟ ସ୍ୱାଦୀନତା ସଂଗ୍ରାମୀ ମହୋତ୍ସବ ସହିତ ଡ. ହରେକୃଷ୍ଣ ମହତାବଙ୍କ ୩୩ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ସକାଳେ ପୁର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ପତକା ଉତ୍ତୋଳନ କରିବା ପରେ ଡ, ମହତାବଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯିବା ସହ ମହୋତ୍ସବକୁ ଅତିଥି ମାନେ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ । ଅତିଥି ଭାବରେ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ମନ୍ତ୍ରୀ ଶଶିଭୂଷଣ ବେହେରା, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ପ୍ରଭାତ ବିଶ୍ୱାଳ ଓ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ସହ ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀର ସଭାପତି ଏନ. ଆର. ମଥଡ୍ , ପୂର୍ବତନ ସାଂସଦ ଭବାନୀ ଚରଣ ପଟ୍ଟନାୟକପ୍ରମୁଖ ଯେଗାଦେଇ ହରେକୃଷ୍ଣ ମହାତାବ ଜଣେ , ସାହିତ୍ୟକ, ସାମ୍ବାଦିକ, ଲେଖକ, ରାଜନୈତିକ ଏକ ଧାରାରେ ସେ ଥିଣେ ଜଣେ ମଣିଷ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ । ଓଡିଶାରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ବା ଦାୟଦ ମାନଙ୍କୁ ସଂଗ୍ରାମୀଙ୍କ ପରିବାର ବୋଲି ପରିଚୟ ପତ୍ର ପ୍ରଦାନ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା  । ଏହି ମହେତ୍ସବରେ ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ସ୍ୱାଧୀନତା ସଂଗ୍ରମୀ ଓ ତାଙ୍କ ପରିବାରର ଦାୟଦ ମାନେ ଯୋଗଦେଇଥିଲେ । ଶହୀଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନର ଅଧ୍ୟକ୍ଷ ତଥା ସାଂସଦ ଭର୍ତ୍ତହରି ମହତାବ ସଭାରେ ସଂଯୋଜନା କରିଥିଲେ । ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଧନ୍ୟବାଦ ଦେଇଥିଲେ । ସେହିପରି ୨ୟ ଅଧିବେଶନରେ ଅତିଥି ଭାବେ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ବାମପନ୍ଥୀ ନେତା ରାମକୃଷ୍ଣ ପଣ୍ଡା, ବିଶ୍ୱ ରଂଜନ ମହାନ୍ତି, ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଧାନ ଚନ୍ଦ୍ର ରାୟଙ୍କ ସହ ପ୍ରଥମ ଅଧିବେଶନର କିଛି ଅତିଥି ଏହି ଦ୍ୱତୀୟ ଅଧିବେଶନରେ ଅତିଥି ମଧ୍ୟ ହୋଇଥିଲେ  । ଦୁତୀୟ ଅଧିବେଶନ ଯୁବ ସାମ୍ମୁଖ୍ୟ ଉତ୍ସବ ଭାବେର ନାମିତ କରାଯାଇଥିଲା । ବିଭିନ୍ନ କାର୍ଯ୍ୟରେ ସଫଳତା ପାଇଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର, ଉପଢ଼ୌକନ ଦେଇ ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା କରାଯାଇଥିଲା । ଏହି ମହୋତ୍ସବରେ ଡ. ହରେକୃଷ୍ଣ ମହତାବଙ୍କ ଫଟୋଚିତ୍ର ପ୍ରଦର୍ଶନୀ କରାଯାଇଥିଲା । ଏପ୍ରେଲ ମାସ ଶେଷ ବେଳକୁ ଶହୀଦ ସ୍ୱାଧୀନତା ସଂଗ୍ରାମୀଙ୍କ ଉଦ୍ଦ୍ୟେଶରେ କରାଯାଉଥିବା ସ୍ମୃତିସ୍ତମ୍ବ କାର୍ଯ୍ୟ ଶେଷ ହେବ ବୋଲି ସାଂସଦ ଶ୍ରୀ ମହାତାବ କହିଥିଲେ ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts