ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିରର ବାର୍ଷିକ ଖେଳକୁଦ ସମାରୋହ
ଡେଲାଙ୍ଗ---- ଡେଲାଙ୍ଗ- ପଟ୍ଟନାୟିକିଆ ରାସ୍ତାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟମ ବାର୍ଷିକ ଖେଳକୁଦ ସମାରୋହ ରେଳୱ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ବେରବୋଇ ଗାନ୍ଧୀପୀଠୀରୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଏକ ମଶାଲ ଶୋଭାଯାତର୍ରେ ଆସି ଖେଳ ପଡିଆରେ ମଶାଲ ସ୍ଥାପନ କରାଯାଇଥିଲା । କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ ପିପିଲି ସଂକୁଳ ପ୍ରମୁଖ ରବିନାରାୟଣ ଷଢଙ୍ଗୀ, ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ, ବିଦ୍ୟାଳୟର ସଭାପତି ଡ. ବସନ୍ତ କୁମାର ଦାଶ, ସମ୍ପାଦକ ସୁଶାନ୍ତ କୁମାର ବିଶ୍ୱାଳ, ପୂର୍ବତନ ସମ୍ପାଦକ କିଶୋର ପ୍ରଧାନ ପ୍ରମୁଖ ଯୋଗଦେଇ ପ୍ରଦ୍ୱୀପ ପ୍ରଜ୍ଜଳନ କରିବା ସହ କ୍ରୀଡା ପତକା ଉତ୍ତୋଳନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ୪୪ଟି ବିଭାଗରେ ପ୍ରତିଯୋଗିତା କରାଯାଇଥିଲା । ସେଥି ମଧ୍ୟରୁ ଦୌଡ, ଉଚ୍ଚଡିଆଁ, ଲମ୍ବଡିଆଁ, ଗୋଳାଫିଙ୍ଗା, ଥାଳିଆଫିଙ୍ଗା, ବାଧା ଦୌଡ, କୁହୁକ ଚୌକି, ଅଙ୍କକଷା ଦୌଡ ଇତ୍ୟାଦି ପ୍ରତିଯୋଗିତା କରାଯାଇଥିଲା । ଅପରାହ୍ନରେ ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ପୁରଷ୍କାର ବିତରଣ କରିଥିଲେ । ସେହିପରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଡେଲାଙ୍ଗ ସରକାରୀ ବୃତ୍ତି ପରୀକ୍ଷାରେ ଶତ ପ୍ରତିଶତ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଗୁଗୁଜୀ ଗୁରୁମା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
