ads

Breaking News

ବେକରେ ଲୁଗା ଲଗାଇ ଫ୍ୟାନରେ ଝୁଲି ପଡିଲେ ଯୁବକ




ଓଡ଼ଗାଁ:- ଓଡ଼ଗାଁ ଥାନା ଏନ୍ଏସି ଅନ୍ତର୍ଗତ ଶିଳ୍ପୀନଗର ସାହିର ସୂର୍ଯ୍ୟପ୍ରସାଦ ପଣ୍ଡା(୨୯) ବେକରେ ଲୁଗା ଲଗାଇ ଫ୍ୟାନରେ ଝୁଲି ଆତ୍ମହତ୍ଯା କରିଥିବା ସୁଚନା ମିଳିଛି। ରାତିରେ ଶୋଇବାକୁ ଯାଇ ରୁମ୍ ର ଭିତରପଟୁ ସୂର୍ଯ୍ୟ ନିଜ ରୁମ୍ ଲକ୍ କରିଥିଲେ । ସକାଳୁ ପରିବାର ଲୋକେ କବାଟ ବାଡେଇବା ପରେ ସେ କବାଟ ନ ଫିଟେଇବାରୁ ପରିବାର ଲୋକେ ସ୍କାଏଲାଇଟ୍ ରେ ସୂର୍ଯ୍ୟ ବେକରେ ଲୁଗା ଲଗାଇ ଫ୍ୟାନ୍ ରେ ଝୁଲୁଥିବାର ଦେଖିବାକୁ ପାଇଥିଲେ । ସଙ୍ଗେସଙ୍ଗେ ଓଡ଼ଗାଁ ଥାନା କୁ ଖବର ଜଣାଇଥିଲେ। ପୋଲିସ୍ ପହଞ୍ଚି ସୂର୍ଯ୍ୟଙ୍କୁ ଉଦ୍ଧାର କରି ଓଡ଼ଗାଁ ଡାକ୍ତରଖାନା ରେ ଭର୍ତ୍ତି କରିଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମ୍ରୁତ୍ୟୁ ଘୋଷଣା କରିଥିଲେ। ଏନେଇ ମ୍ରୁତ ସୂର୍ଯ୍ୟଙ୍କ ଭଉଣୀ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଓଡ଼ଗାଁ ପୋଲିସ୍ ୧୨/୨୩ ରେ ଏକ ଅପମ୍ରୁତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଛେଦ କରି ଘର ଲୋକଙ୍କୁ ଶବ ହସ୍ତାନ୍ତର କରିଛି। ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇ ଙ୍କ ରିପୋର୍ଟ,୧୭/୮/୨୦୨୩----୨,୩୫ Sakhigopal News 17/8/2023

ads

Blog Archive

Popular Posts