ads

Breaking News

ବୃକ୍ଷ ହିଁ ଜୀବନ, ବୃକ୍ଷ ହିଁ ପୁତ୍ର ସମାନ ବୃକ୍ଷ ଦେବତାଙ୍କୁ ରକ୍ଷା ବନ୍ଧନ



କନ୍ଧମାଳ --- କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଠାରେଏକ ଅଭିନବ ଉପାୟରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବନବିଭାଗ ପକ୍ଷରୁ ବନାଞ୍ଚଳ ଅଧିକାରୀ ବିରେନ୍ଦ୍ର ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ ଅତିରିକ୍ତ ବନପାଳ ଦୀପକ ରଞ୍ଜନ ପଟ୍ଟନାୟକ ଙ୍କ ନେତୃତ୍ବ ରେ ବୃକ୍ଷ ସୁ - ରକ୍ଷା ବନ୍ଧନ ର କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଏଥିରେ ବ୍ରାହ୍ମଣୀଗାଁ ଭି ଏସ ଏସ ର ସଭାପତି ଚିତ୍ର ସେନ ପାତ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ସ୍ଵୟଂସହାୟିକା ଓ ଗ୍ରାମ ର ଭଉଣୀ ମା ମାନେ ଉପସ୍ଥିତ ରହିଥିଲେ । 
ଆମେ ଜାଣିଛେ ରକ୍ଷା ବନ୍ଧନ ଏକ ଅତୁଟ ପବିତ୍ର ବନ୍ଧନ ଯାହା ଜଣେ ଭଉଣୀ ତା ଭାଇ ହାତ ରେ ରାକ୍ଷୀ ବାନ୍ଧି ଭଗବାନ ଙ୍କ ଠାରେ ସମସ୍ତ ସୁରକ୍ଷା କାମନା କରିଥାଏ, ହେଲେ ଆଜି ଏଠି ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ଗ୍ରାମର ସ୍ଵଂୟ ସହାୟିକା ଗୋଷ୍ଠୀ ର ମା ଓ ଭଉଣୀ ମାନେ ବନ ବିଭାଗ ପକ୍ଷରୁ ରୋପଣ କରାଯାଇ ଥିବା ବୃକ୍ଷ କୁ ସୁରକ୍ଷା ଦେବା ନିମନ୍ତେ ପ୍ରତିଶୃତି ବଧ ହୋଇ ବୃକ୍ଷ କୁ  ନିଜର ଭାଇ ଓ ପୁତ୍ର ଭାବେ ଗ୍ରହଣ କରି ରାକ୍ଷୀ ବାନ୍ଧି ଥିବା ଦେଖିବାକୁ ମିଳିଛି।
ବନ ବିଭାଗ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆ ଯାଇ ଥିବାରୁ ଗ୍ରାମ ବାସୀମାନେ ଖୁସି ବ୍ୟକ୍ତ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନା ରେ ଗଦାପୁର ବନପାଳ ସଞ୍ଜୀବ କୁମାର ବେହେରା, କାଟିଙ୍ଗିଆ ବନପାଳ ସରୋଜ ମଙ୍ଗରାଜ ସମେତ ଫାୟାର ସ୍କ୍ୱାର୍ଡ କର୍ମଚାରୀ ମାନେ ସହଯୋଗ କରିଥିଲେ। କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୩୧/୮/୨୦୨୩---୨,୪୫ Sakhigopal News,31/8/2023

ads

Blog Archive

Popular Posts