ads

Breaking News

ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ ବିଜେପି ପକ୍ଷରୁ ବାଲିଗୁଡା ଉପଜିଲ୍ଲାପାଳ ଙ୍କୁ ଦାବି ପତ୍ର


କନ୍ଧମାଳ --- ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ ବାଲିଗୁଡା ଉପଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି l ଏହି ଅବସରରେ ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ଙ୍କ ନେତୃତ୍ୱ ରେ ବିଜେପି କର୍ମୀ ବିଜେପି କାର୍ଯ୍ୟାଳୟ ରୁ ଶୋଭାଯାତ୍ରା ରେ ବାହାରି ବାଲିଗୁଡା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଥିଲେ l ଧାନ ବିକ୍ରି ଓ କ୍ରୟ ନେଇ ଚାଷୀ ଙ୍କୁ ଉଚିତ ମୂଲ୍ୟ ପ୍ରଦାନ,ଚାଷୀ ଙ୍କୁ ଉଚିତ ସମୟରେ କୃଷି ଯନ୍ତ୍ରପାତି ପ୍ରଦାନ ସହ ଶୀତଳ ଭଣ୍ଡାର ଓ ଜଳ ସେଚନ ର ସୁବିଧା ଯୋଗେଇଦେବା ଆଦି ଦାବି ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବାଲିଗୁଡା ଉପଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଅବନେଶ୍ୱର ପ୍ରଧାନ, ବାଲିଗୁଡା ନଗର ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ, ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା, ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପଦ୍ମ ଚରଣ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୬/୮/୨୦୨୩----୮,୧୦ Sakhigopal News,26/8/2023

ads

Blog Archive

Popular Posts