ads

Breaking News

ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ଵାରା ସଦ୍ଭIବନା ଦିବସ ପାଳିତ




ଜଟଣୀ --ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ସ୍ମୃତି ରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା ସଦ୍ଭIବନା ଦିବସ ପାଳନ କରାଯାଇଛି । ସମସ୍ତ ଧର୍ମ, ଭାଷା ଏବଂ କ୍ଷେତ୍ରର ଜନସାଧାରଣଙ୍କ ମଧ୍ୟରେ ଜାତୀୟ ସ°ହତି ତଥା ସାମ୍ପ୍ରଦାୟିକ ସୈ।ହାର୍ଦ୍ଦ୍ୟକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।
ଏହି ଅବସରରେ ଖୋର୍ଦ୍ଧା ରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍.ବାଜୱା, ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ“ସଦ୍ଭାବନା ଦିବସ ଶପଥ” ଗ୍ରହଣ କରାଇଥିଲେ । ଜାତି, କ୍ଷେତ୍ର, ଧର୍ମ କିମ୍ବା ଭାଷା ନିର୍ବିଶେଷରେ ଆବେଗ ପୂର୍ଣ୍ଣ ଭାବରେ ଏକତାବଦ୍ଧ ହେବା ପାଇଁ କାର୍ଯ୍ୟ କରିବାକୁ ତଥା ଭାରତର ସମସ୍ତ ଲୋକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏବଂ ଅହିଂସା ଏବଂ ସାମ୍ବିଧାନିକ ଉପାୟ ମାଧ୍ୟମରେ ବାର୍ତ୍ତାଳାପ କରି ମତଭେଦ ସମାଧାନ କରିବାକୁ ସମସ୍ତେ ଶପଥ ନେଇଥିଲେ । ଶ୍ରୀ ପ୍ରମୋଦ ବେହେରା, ଖୋର୍ଦ୍ଧା ରୋଡ଼ ମଣ୍ଡଳର କାର୍ମିକ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୮/୨୦୨୩---୭,୧୦ Sakhigopal News,18/8/2023

ads

Blog Archive