ads

Breaking News

ଅଗ୍ନିବିପନ୍ନ ପରିବାରଙ୍କୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ସାହାଯ୍ୟ


ସାକ୍ଷୀଗୋପାଳ---- ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର  ଜେନାସାହିର 
ବିଦେଶି ବେହେରାଙ୍କ ଘରେ ବିଦ୍ଯୁତ ସର୍ଟ ସର୍କିଟ ଯୋଗୁ ଗ୍ନିକାଣ୍ଡ ଘଟି ଦୁଇ ବଖରା ଘର  ଜଳି ଯାଇଥିଲା ।
ସାମାଜିକ କର୍ମୀ ତଥା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସ୍ବୟଂସେବକ ଶ୍ରୀ ତିରୁପତି ଜେନା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ସତ୍ୟବାଦୀ ଖଣ୍ଡର କାର୍ଯ୍ୟବାହ ଶ୍ରୀ ଶରତ ଭୋଇଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ସହ ସହଯୋଗ କରିବା ପାଇଁ  ଅନୁରୋଧ କରିଥିଲେ । ଶ୍ରୀ ଜେନାଙ୍କ ଅନୁରୋଧ କ୍ରମେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ,ଗ୍ରାମବିକାଶ ସମିତି ସତ୍ୟବାଦୀ ଖଣ୍ଡର ସେବା ପ୍ରମୁଖ ପ୍ରଫୁଲ କୁମାର ପରିଡା ଅନ୍ଯାନ୍ଯ ସ୍ଵୟଂସେବକ ଶ୍ରୀ ଆକାଶ ପ୍ରଧାନ,ଜୀବନ ସଂଗ୍ରାମ ପ୍ରଧାନ, ପ୍ରଭାଶୁଂ ବିପ୍ଳବ ଜେନା ପ୍ରମୁଖଙ୍କ ଉପସ୍ଥିତିରେ ଅଗ୍ନିବିପନ୍ନ  ବିଦେଶି ବେହେରାଙ୍କୁ  ୨ ଟି ପାଲ ଓ ସୌରଚାଳିତ  ଟର୍ଚ୍ଚ ଏବଂ ମଶାରି ପ୍ରଦାନ କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୮/୨୦୨୩----୮,୧୦ Sakhigopal News,26/8/2023

ads

Blog Archive

Popular Posts