ads

Breaking News

ସ୍ୱାୟତ୍ତ ଶାସନ ଦିବସ ପାଇଁ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍ - ମିଡିଆ ଏକାଦଶ କୁ ହରାଇ ପୌର ଏକାଦଶ ବିଜୟୀ



ଭଞ୍ଜନଗର, - ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମିଡିଆ ଏକାଦଶ ଓ ପୌର ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଆୟୋଜିତ ହୋଇଥିଲା। ସ୍ଥାନୀୟ କବି ସମ୍ରାଟ ଷ୍ଟାଡିୟମ ପରିସରରେ ଆୟୋଜିତ ଏହି ମ୍ୟାଚ ରେ ମିଡିଆ ଏକାଦଶ କୁ ହରାଇ ପୌର ଏକାଦଶ ବିଜୟ ଲାଭ କରିଛି। ଏହି ମ୍ୟାଚ କୁ ନଗରପାଳ ଗୋପବନ୍ଧୁ ମହାପାତ୍ର ଉଦଘାଟନ କରିଥିବା ବେଳେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ କାଉନସିଲର କେ ସଚିତ୍ ରାଓ, ଉତ୍ତମ ଦଳ ବେହେରା, ଉପେନ୍ଦ୍ର ପ୍ରଧାନ, ରବି ବେହେରା ଓ ଶିବରାମ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ୧୨ ଓଭର ବିଶିଷ୍ଟ ଏହି ମ୍ୟାଚ ରେ ପ୍ରଥମେ ଟସ୍ ଜିଣି ମିଡିଆ ଏକାଦଶ ବ୍ୟାଟିଂ କରିଥିଲା। ଓପେନି° ଯୋଡି ସେଭଳି କିଛି କରିସ୍ମା ଦେଖାଇ ପାରିନଥିଲେ। ଦଳ ପକ୍ଷରୁ ଏକମାତ୍ର ଖେଳାଳି ଭାବେ ବାବୁଲା ପ୍ରଧାନ ମାତ୍ର ୧୨ ଟି ବଲ୍ ରୁ ଆକର୍ଷଣୀୟ ୩୦ ରନ୍ ସଂଗ୍ରହ କରି ଥିଲେ। ଏଥିରେ ୩ଟି ଛକା ଓ ୨ଟି ଚଉକା ରହିଥିଲା। ଫଳରେ ଦଳ ନିର୍ଦ୍ଧାରିତ ୧୨ ଓଭରରେ ୬ ଓ୍ବିକେଟ ହରାଇ ୮୨ ରନ୍ ସଂଗ୍ରହ କରିଥିଲେ । ମାତ୍ର ୮୩ ରନ୍ ର ବିଜୟ ଲକ୍ଷ୍ୟ ନେଇ ପୌର ଏକାଦଶ ପଡିଆକୁ ଓଲାଇଥିବା ବେଳେ ଦଳ ପକ୍ଷରୁ ଅଧିନାୟକ କାର୍ଯ୍ୟ ତୁଲାଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୈାରବ କର ଆରମ୍ଭ ରୁ ଧୂଆଁ ଧାର ବ୍ୟାଟିଂ କରି ମାତ୍ର ୨୦ ବଲ୍ ରୁ ଆକର୍ଷଣୀୟ ୪୧ ରନ୍ ସଂଗ୍ରହ କରି ଦଳର ବିଜୟ କୁ ସୁନିଶ୍ଚିତ କରିଦେଇଥିଲେ। ତାଙ୍କୁ ଉତ୍ତମ ସହାୟତା ଯୋଗାଇ ଥିଲେ ଅଭିଷେକ। ସେ ମଧ୍ୟ ୨୦ ବଲ୍ ରୁ ୩୨ ରନ୍ ସଂଗ୍ରହ କରିଥିଲେ। ଆଉ ପୌର ଏକାଦଶ ୧୦ ଓ୍ବିକେଟ ରେ ଏକ ତରଫା ବିଜୟ ଲାଭ କରିଥିଲା। ଆଶୁତୋଷ ଗୈାରବ କର ଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ ଓ ବାବୁଲା ପ୍ରଧାନ ଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ଘୋଷଣା କରାଯାଇଥିଲା। ମ୍ୟାଚ୍ ପରିଚାଳନା ଏ ବିଷ୍ଣୁ, ସ୍କୋରର ଥିଲେ ସୁଶାନ୍ତ ମିଶ୍ର ଓ ଝଲକ ଦାଶ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୮/୨୦୨୩---୯,୨୫ Sakhigopal News,29/8/2023

ads

Blog Archive

Popular Posts