ads

Breaking News

ବାଙ୍କୀ ବିଜେପି ପକ୍ଷରୁ ଅମୃତ ମହୋତ୍ସବ ପାଳନ ଓ ସଂଗଠନ ଦୃଢ଼ୀକରଣ


କଟକ--- ବାଙ୍କୀ ବିଜେପି ଦଳ ପକ୍ଷରୁ ଅମୃତ ମହୋତ୍ସବ ପାଳନ କରାଯାଇଛି । ଏହି ଅମୃତ ମହୋତ୍ସବ ର ଉଦେଶ୍ୟ ପ୍ରତ୍ୟେକ ଘରେ ଜାତୀୟ ପତାକା ଲଗାଇ ଭାରତ ମାତା କି ଜୟ ନାରା ଦେଇ ନିଜକୁ ସ୍ଵାଧୀନ ଭାରତର ନାଗରିକ ବୋଲି ଗର୍ବ ଅନୁଭବ କରିବା । ବାଙ୍କୀ ବିଜେପି ଦଳ ର ମୁଖ୍ୟ ଶୁଭ୍ରାଂଶୁ ମୋହନ ପାଢୀଙ୍କ ନେତୃତ୍ୱରେ  ବିଜେପି ଦଳ ର ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯାଇଛି।  ଦୀର୍ଘ ୨୩ ବର୍ଷ ଶାସନ ଭିତରେ ବିଜେଡି ସରକାର ଅନେକ ଦୁର୍ନୀତି କରି ଚାଲିଛି । ସାରା ରାଜ୍ୟରେ ବିକାଶ ନାମରେ ବିନାସର ଚିତ୍ର ଅଙ୍କନ କରିଚାଲିଛି ବିଜେଡି ସରକାର। ଏକ ଆକଳନ ରୁ ଜଣାଯାଏ ବର୍ତ୍ତମାନ ଆଞ୍ଚଳିକ ଦଳ ହିସାବରେ ବିଜେଡି ସରକାର ୪,୫୦୦ କୋଟି ସମ୍ପତ୍ତିର ଉତ୍ତରାଧିକାରୀ। ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ । ବାଙ୍କୀ ରେ ବିଜେଡି ଦଳର ନେତା ଠାରୁ ଆରମ୍ଭ କରି କୁଜିନେତା ପର୍ଯ୍ୟନ୍ତ ସମସ୍ତେ କୋଟିପତି । ୨୩ ବର୍ଷ ତଳେ ଖାଇବାକୁ ପାଉନଥିବା ଗାଁ ଟାଉଟର କୁଜିନେତା ସାଜି ଆଜି କୋଟିପତି । କାଗଜ ପତ୍ରରେ ଚାଲିଛି ବିକାଶ ର କାମ । ରାତିରେ ଖୋଳା ହୋଇଥିବା ପୋଖରୀ ଦିନରେ ଚୋରି ହୋଇଯାଉଛି । ବାଙ୍କିର ଜନସାଧାରଣ ବିଜେଡି ଦଳର କୁଜିନେତା ମାନଙ୍କ ଅତ୍ୟାଚାର ରେ ଅତିଷ୍ଟ ହେଉଥିଲେ ମଧ୍ୟ ସ୍ୱର୍ ଉତ୍ତୋଳନ କରିବାକୁ ଭୟ କରୁଛନ୍ତି । କିନ୍ତୁ ବାଙ୍କିରେ ଚାଲିଥିବା ବିଜେଡି ଶାସନର ଦୁର୍ନୀତି କୁ ଦୃଢ଼ ହସ୍ତରେ ଦମନ କରି ବାଙ୍କିରେ ବିଜେପି ଶାସନ ଆଣିବାପାଇଁ ବାଙ୍କୀ ବିଜେପି ର ଆତ୍ମା ଓ ମୁଖ୍ୟ ଶୁଭ୍ରାଂଶୁ ମୋହନ ପାଢ଼ୀ ଯିଏକି ବାଙ୍କିରେ ସଞ୍ଜୟ ଭାଇନା ଭାବରେ ପରିଚିତ । ୨୦୨୪ ସାଧାରଣ ନିର୍ବାଚନରେ ବାଙ୍କିରୁ ଚୋର , ଟାଉଟର ଓ ଦଲାଲ ମାନଙ୍କୁ ହଟାଇ ନିର୍ମଳ ଓ ସ୍ବଚ୍ଛ ଶାସନ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛ ବିଜେପି ଦଳର ସମର୍ଥକ ମାନେ। କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୧୭/୮/୨୦୨୩----୫,୧୦ Sakhigopal News,17/8/2023

ads

Blog Archive

Popular Posts