ads

Breaking News

ବିଭିନ୍ନ ସମସ୍ୟା ନେଇ ଓଡ଼ଗାଁ ବ୍ଳକ ଘେରାଉ କରିବ କଂଗ୍ରେସ




ଓଡ଼ଗାଁ:- ବିଭିନ୍ନ ସମସ୍ୟା ନେଇ ଆସନ୍ତା ୨୩ ତାରିଖରେ ଓଡ଼ଗାଁ ବ୍ଳକ ଘେରାଉ କରିବ କଂଗ୍ରେସ। ଏନେଇ କଂଗ୍ରେସ ପକ୍ଷରୁ ସୂଚନା ମିଳିଛି। ବ୍ଳକରେ ପିସି କାରବାର, ବାର୍ଦ୍ଧକ୍ଯ, ବିଧବା, ଭିନ୍ନକ୍ଷମ ଆଦି ଭତ୍ତା ଦୁର୍ନିତୀ, ପ୍ରଧାନମନ୍ତ୍ରୀ ଆବାସ ଦୁର୍ନିତୀ, ଖାଉଟି ସାମଗ୍ରୀ ର ଦ୍ରୁତ ବ୍ରୁଦ୍ଧି, ବେକାରୀ, ଟାଟା କମ୍ପାନୀର ଖାଉଟି ମାରଣ ନିତି, ନାରୀ ନିର୍ଯ୍ୟାତନା ଆଦି ବ୍ୟାପକ ସମସ୍ୟା ନେଇ ବ୍ଳକ୍ ଘେରାଉ କରିବ ।  ବ୍ଳକରେ ଚାଷୀମାନଙ୍କ ପାଇଁ ଶୀତଳ ଭଣ୍ଡାର ଖୋଲିବା, ନାରୀ ସଶକ୍ତିକରଣ କରିବା, ପିସି କାରବାର ବନ୍ଦ କରିବା ଆଦି ବିଭିନ୍ନ ଦାବି ନେଇ ରାଜ୍ଯପାଳଙ୍କ ଉଦ୍ଦେଶ୍ଯରେ ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ କରାଯିବା ନେଇ କଂଗ୍ରେସ ପକ୍ଷରୁ ସୂଚନା ମିଳିଛି। ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇ ଙ୍କ ରିପୋର୍ଟ,୧୮/୮/୨୦୨୩----୮,୨୫ Sakhigopal News,18/8/2023

ads

Blog Archive

Popular Posts