ads

Breaking News

ଓଡ଼ଗାଁ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଯାନବାହାନ କଟକଣା ଲାଗୁ କଲେ ଏସପି



 


ଓଡ଼ଗାଁ:- ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଯାନବାହାନ କଟକଣା କରାଯାଇଛି। ବିନା ଡ୍ରାଇଭିଂ ଲାଇସେନ୍ସ ରେ ଯାନବାହାନ ଚଳାଚଳ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ନୟାଗଡ଼ ଏସପି ରାହୁଲ ଜୈନ ଆଜି ଚିଠି ମାଧ୍ୟମରେ ସତର୍କ କରାଇଛନ୍ତି। ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲାର ସମସ୍ତ କଲେଜ ଅଧ୍ଯକ୍ଷ ମାନଙ୍କୁ ଛାତ୍ରଛାତ୍ରୀଙ୍କୁ ଯାନବାହାନ କଟକଣା ଉପରେ ଚିଠି କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ର ଅଧ୍ଯକ୍ଷ ଙ୍କୁ ମଧ୍ଯ ନିଜେ ନୟାଗଡ଼ ଏସ୍ପି ରାହୁଲ ଜୈନ ଚିଠି କରିଥିବା ସୂଚନା ମିଳିଛି। ତେବେ ଛାତ୍ରଛାତ୍ରୀଙ୍କ ବିନା ଡ୍ରାଇଭିଂ ଲାଇସେନ୍ସ ରେ ଗାଡି ଚଳାଚଳ ହେତୁ ବିଭିନ୍ନ ସମୟରେ ଅନେକ ଦୁର୍ଘଟଣା ଘଟୁଛି। ତେଣୁ ଦୁର୍ଘଟଣା କୁ ଏଡାଇବା ପାଇଁ ସତର୍କ ମୂଳକ ଭାବେ ନୟାଗଡ଼ ଜିଲ୍ଲା ପୁଲିସ ପ୍ରଶାସନ ତରଫରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ଏହି ପଦକ୍ଷେପ କୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି। ଅନ୍ୟ ପକ୍ଷରେ ଏହି କଟକଣାକୁ ନେଇ କିଛି ଛାତ୍ରଛାତ୍ରୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦେଖାଯାଉ ଏହି ନିୟମ ଲାଗୁ ହେଉଛି ନା କେବଳ କାଗଜ ପତ୍ରରେ ରହୁଛି ତାହା ସମୟ କହିବ। ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇ ଙ୍କ ରିପୋର୍ଟ,୩୧/୮/୨୦୨୩----୯,୧୦ Sakhigopal News,31/8/2023

ads

Blog Archive

Popular Posts