ads

Breaking News

ଉଦ୍‌ଯାପିତ ହେଲା କୌଶଳୀ ଟ୍ରେନିଂ


ସାକ୍ଷୀଗୋପାଳ----
ତିନି ଦିନ ବ୍ୟାପି ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ତିନିଦିନ ଧରି ଦିନ  ଚାଲିଥିବା କୌଶଳୀ ତାଲିମ ଶିବିର ଉଦ୍‌ଯାପିତ ହୋଇଛି।  ଏହି ତାଲିମ ଶିବିର ରେ ପଚିଶ ଗୋଟି ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ତାଲିମ  ନେଇଥଲେ। ଟ୍ରେନର ଭାବେ  ଶିକ୍ଷକ ଉମାକାନ୍ତ ମିଶ୍ର ଓ ପ୍ରଦୀପ କୁମାର ମାଝି ରହିଥିଲେ। ପୁରୀ ଜିଲ୍ଲା ଶିକ୍ଷା ମଣ୍ଡଳର ମୋ ସ୍କୁଲ କୋର୍ଡିନେଟର ତଥା ପାଇଭ୍‌ଟି କୋର୍ଡିନେଟର ଶ୍ରୀ ସନ୍ତୋଷ କୁମାର ଚୌଧୁରୀ  ସମସ୍ତ ପ୍ରଶିକ୍ଷକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ  ନେବାର ବିଶେଷତା ଉପରେ ଧାରଣା ଦେଇଥିଲେ। ଶିକ୍ଷାଦାନ ସରଳ କରିବା ଏବଂ ଶୈକ୍ଷିକୄ ପ୍ରକ୍ରିୟାକୁ ବିଦ୍ୟାଳୟ ମାନଙ୍କରେ ତ୍ବରାନ୍ବିତ କରିବାକୁ ଶ୍ରୀ ଚୌଧୁରୀ ତାଲିମ ନେଉଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ 
ଆହ୍ବାନ ଦେଇଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ,କ୍ରିଡା ଶିକ୍ଷକ ସୁଚିତ୍ର ଖଟେଇ ଏବଂ ଆଈଟି ଶିକ୍ଷକ ମୃତ୍ୟୁଞ୍ଜୟ  ମହାପାତ୍ର ଉପସ୍ଥିତ ଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୧/୮/୨୦୨୩----୯,୪୫ Sakhigopal News,31/8/2023

ads

Blog Archive

Popular Posts