ads

Breaking News

ଗୋସେବା ଶିବିରରେ ଗୋପୁଜନ ମହୋତ୍ସବ ଅନୁଷ୍ଠିତ

 

ଜଟଣୀ --ସ୍ଥାନୀୟ ବାଲିଛକ ସାହିରେ ଅବସ୍ଥିତ ଗୋସେବା ଶିବିରରେ ପବିତ୍ର ରାକ୍ଷି ପୂର୍ଣ୍ଣିମା ଅବସରରେ ଗୋପୁଜନ ମହୋତ୍ସବ ପାଳିତ ହୋଇଯାଇଛି l ଜଟଣୀରର କିଛି ସନାତନ ଧର୍ମର ବିଶ୍ୱାସୀ ଏବଂ ଧର୍ମ ପରାୟଣ ଯୁବକ ଧରାପୃଷ୍ଟରେ ଈଶ୍ୱରଙ୍କ ଆଶ୍ରିବାଦରେ ଜନ୍ମଲାଭ କରିଥିବା ଗୋମାତା ଏବଂ ବୃଷଭ ମହାରାଜାଙ୍କ ସୁରକ୍ଷା ନିମନ୍ତେ ଏକ ଗୋସେବା ଶିବିର ପ୍ରତିଷ୍ଠାକରି ଶିବିରରେ ରାସ୍ତାଘାଟରେ ଦୁର୍ଘଟଣା ଗ୍ରସ୍ଥ ଗୋମାତା ଏବଂ ବୃଷଭ ମହାରାଜାଙ୍କୁ ରଖି ସେବା  କରି ଆସୁଛନ୍ତି। ଆଜିର ଏହି ପବିତ୍ର ଦିନରେ ଗୋସେବା ଶିବିରରେ ସେବକମାନେ ଈଶ୍ୱରଙ୍କ ଆଶ୍ରିବାଦ ଭାବି ଗୋମାତାଙ୍କୁ ରାକ୍ଷି ବାନ୍ଧି, ପୂଜାର୍ଚ୍ଚନା କରିବା ସହ ହଳଦୀ ପାଣିରେ ପାଦ ଧୋଇ, ଫୁଲ, ଚନ୍ଦନ, ଧୂପ ନୈବେଦ୍ୟ ଅର୍ପଣ କରି ସନାତନ ଧର୍ମର ପରିଚୟ ସୃଷ୍ଟି କରିଛନ୍ତି l ଏହି ଗୋପୁଜନ ମହୋତ୍ସବ ରେ ଜଟଣୀ ନାଗରିକ କମିଟିର ସଭାପତି ମନ୍ମଥ ରାଉତରାୟ ଯୋଗ ଦେଇ ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୮/୨୦୨୩---୧,୪୫ Sakhigopal News,31/8/2023

ads

Blog Archive

Popular Posts