ads

Breaking News

ନବୀକରଣ ଅପେକ୍ଷାରେ ଦେଓଗାଁ ଚେକ୍ ଡ୍ୟାମ୍



ଓଡ଼ଗାଁ:- ଓଡ଼ଗାଁ ବ୍ଳକ ଅଧିନ ଦେଓଗାଁ ସ୍ଥିତ ଏକ ଚେକ୍ ଡ୍ୟାମ୍ ଏବେ ଭଗ୍ନ ଅବସ୍ଥାରେ ପଡି ରହିବା ସହିତ ଏହି ଚେକ୍ ଡ୍ୟାମ୍ ଏବେ ମାଟିରେ ମିଶିବା ଭଳି ହେଲାଣି । ବହୁତ ବର୍ଷ ପୂର୍ବରୁ ଗ୍ରାମବାସୀଙ୍କ ଦ୍ୱାରା ଗଢ଼ି ଉଠିଥିବା ଏହି ଚେକ୍ ଡ୍ୟାମ ଦ୍ୱାରା ଯାଉଥିବା ଜଳ ବିଗତ ଦିନରେ ଦେଓଗାଁ, ଭାଲିଆଡିହି, ମଶାବାରୀ, ପନ୍ତିଖାରୀ , କୈବଲ୍ୟପୁର, ବାରପୁରିକିଆ ଆଦି ଏକାଧିକ ଗ୍ରାମର କ୍ରୁଷି କ୍ଷେତ୍ରକୁ ପ୍ରଚୁର ଜଳସେଚନ କରୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେଠାରେ ଗଛ ଲଗାଇବା ପାଇଁ ଏହି ଗ୍ରାମକୁ ଭାଙ୍ଗି ଦିଆ ଯାଇଥିଲା। ଏହାକୁ ମରାମତି କରିବା ପ୍ରତିଶ୍ରୁତି ଦେଇ ସେତେବେଳେ ଏହାକୁ ଭଙ୍ଗା ଯାଇଥିଲା। କିନ୍ତୁ ଗଛ ଲଗାଯିବା ପରେ ମଧ୍ଯ ଏହାକୁ ଆଉ ମରାମତି କରାଗଲାନାହିଁ। ଫଳରେ ଅଦ୍ୟାବଧି ଏହା ଭଗ୍ନ ଅବସ୍ଥାରେ ପଡିରହିବା ସହିତ ଚାଷ କ୍ଷେତ୍ରକୁ ଜଳସେଚନ ହୋଇପାରୁନଥିବା ନେଇ ଦେଓଗାଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। 

                           ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଗତ ସାଧାରଣ ନିର୍ବାଚନ ରେ ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ଉକ୍ତ ଗାଁ କୁ ଗସ୍ତ ସମୟରେ ସେମାନେ ଏହି ଚେକ୍ ଡ୍ୟାମ୍ ସମସ୍ୟା ବିଷୟରେ ବିଧାୟକଙ୍କୁ ମୌଖିକ ଅଭିଯୋଗ କରିଥିଲେ । ବିଧାୟକ ମଧ୍ଯ ଆସନ୍ତା ନିର୍ବାଚନ ଭିତରେ ଏହି କାମ ସାରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଗତ ସାଧାରଣ ନିର୍ବାଚନ ଯାଇ ୨୦୨୪ ସାଧାରଣ ନିର୍ବାଚନ ଆସିଲାଣି ହେଲେ ଚେକ୍ ଡ୍ୟାମ୍ ନବୀକରଣ ର ପ୍ରତିଶ୍ରୁତି କଥାରେ ହିଁ ରହିଯାଇଛି। ଏଣୁ ଏହି ଚେକ୍ ଡ୍ୟାମ୍ କୁ ଶୀଘ୍ର ମରାମତି, ନବୀକରଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇ ଙ୍କ ରିପୋର୍ଟ,୨୦/୮/୨୦୨୩---୯,୧୦ Sakhigopal News,20/8/2023

ads

Blog Archive

Popular Posts