ଗଡ଼ିଆସାହି ସିଂହାପଡା, କିଆଝର ଅଞ୍ଚଳରେ ଦିନକୁ ୧୮ଘଣ୍ଟା ବିଦ୍ୟତୁକାଟ, ଲୋକ ଅତିଷ୍ଠ, ; ବିଦ୍ୟତୁ ଵିଲ ନଦେବାକୁ ଚେତାବନୀ
ନୟାଗଡ ------ ସାମାନ୍ୟ ବର୍ଷା ହେଲେ କିମ୍ବା ବିନା ବର୍ଷା ପବନରେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟତୁ କାଟ ହେଉଛି।ଏଭଳି ବିଦ୍ୟତୁ କାଟ ହେଉଛି ଯେ ରାତି10ଟା ପରେ ଯଦି ବିଦ୍ୟତୁ ଗଲା, ତାହେଲେ ଆଉ ଆସୁ ନାହିଁ।ତାପର ଦିନ ସକାଳ ଆଠଟାରେ ବିଦ୍ୟତୁ ଆସୁଛି । ନୟାଗଡ ଜିଲ୍ଲାର ଖଣ୍ଡପଡ଼ାବ୍ଲକ ଅନ୍ତର୍ଗତ କଣ୍ଟିଲୋ ସେକ୍ସନର କୋଟ ପୋଖରୀ ଷ୍ଟ୍ରକଚରରେ ଏହି ବିଦ୍ଯୁତ କାଟ ହେଉଛି।ଏହି ଅଞ୍ଚଳରେ ଥିବା ସିଂହାପଡା ପଂଚାୟତ, ଗଡ଼ିଆସାହି ପଂଚାୟତ, କିଆଝର ପଂଚାୟତ ର ହଜାର ହଜାର ଜନ ସାଧାରଣ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି।ରାତିରେ ହେଉକି ଦିନରେ ସବୁବେଳେବିଦ୍ୟତୁ ଦୈନିକ18ଘଣ୍ଟାଧରି ହେଉଛି ବିଦ୍ୟତୁ କାଟ । ଗତ31ତାରିଖ ଅପରାହ୍ନ4ଟାରୁ ବିଦ୍ୟତୁ କଟିଲା କିନ୍ତୁ ଆସିଲାଏକ ତାରିଖ ଦିନ12ଟାରେ। ପୁଣି ଏକ ଘଣ୍ଟା ପରେ କଟିଲା ଆସିଲା ଦିନ4ଟାରେ,ମାତ୍ର ଏକ ଘଣ୍ଟା ରହିବା ପରେ ପୁଣି ବିଦ୍ୟତୁ କଟିଲା । ଏହିପରି ବାରମ୍ବାର ବିଦ୍ୟତୁ କାଟୁଛନ୍ତି,କଣ୍ଟିଲୋ ଜେଇଙ୍କୁ ଫୋନ କଲେ ଫୋନ ଉଠାଉ ନଥିବା ଏବଂ କୋଟ ପୋଖରୀ ବିଦ୍ୟତୁ ଷ୍ଟ୍ରକଚର କୁଫୋନ କଲେ ସେ ବିଜିଟୋନରେ ପକାଇ ଦେଉଛନ୍ତି।ବାରମ୍ବାର ବିଦ୍ୟତୁ କାଟ ସମ୍ପର୍କରେ ଭାରତୀୟ ବିକାଶ ପରିଷଦର ନୟାଗଡ ଜିଲ୍ଲାସମ୍ପାଦକ ନିରଞ୍ଜନ ଦାସ ତାଙ୍କ ମୋବାଇଲ ନମ୍ବର 8144618919ରୁ ନୟାଗଡ ଜିଲ୍ଲାବିଦ୍ୟତୁ ନିର୍ବାହୀଯନ୍ତ୍ରୀ ଙ୍କୁ ବିଦ୍ୟତୁ କାଟ ସମ୍ପର୍କରେ ଫୋନ କଲେ ମଧ୍ୟ ଫୋନ ଉଠାଉନାହାନ୍ତା। କର୍ମଚାରୀଙ୍କ ଦାୟୁତ ହୀନତାକୁ ପ୍ରମାଣିତ କରୁଛି ଏହି ଅଘୋଷିତ ବିଦ୍ୟତକାଟ । ବିଭାଗୀୟ ଅଧିକାରୀଙ୍କ ଖାମ ଖିଆଲି ମନୋଭାବ ଲୋକଙ୍କୁ ଅତିଷ୍ଠ କରୁଛି।କଣ୍ଟିଲୋରେ ଥିବା ଜେଇଦୀର୍ଘ10ବର୍ଷରୁ ଉର୍ଦ୍ଧ୍ବ ଦିନ ଧରି ଗୋଟିଏ ସ୍ଥାନରେ ରହି ଥିବାରୁ ଏଭଳି ଅବ୍ୟବସ୍ଥା ହେଉଅଛି ବୋଲି ଲୋକମାନେ କହନ୍ତି।କଣ୍ଟିଲୋ ସେକ୍ସନ ପୂର୍ବରୁ ବଡ ଫିଡ଼ର ହେଇ ଥିବାରୁ ବାରମ୍ବାର ବିଦ୍ୟତୁ ବିଭ୍ରାଟ ହେଉଥିଲା । ଏହା କୁ ଲକ୍ଷ ରଖି କଣ୍ଟିଲୋ ଠାରୁ ଅଲଗା କରି ନୂତନ ଭାବେ କୋଟ ପୋଖରୀ ଠାରେ ଏକ ଷ୍ଟ୍ରକଚର କରାଯାଇଛି । ବରକୋଳି,ଖଳିସାହି,କଣ୍ଟିଲୋ ଏବଂ ସିଂହାପଡା ସବୁଅଲଗା ଫିଡ଼ର ସୃଷ୍ଟି ହେଲା।କୋଟପୋଖରୀ ଷ୍ଟ୍ରକଚର ରୁ ସିଂହାପଡା ଅଲଗା ଫିଡ଼ର ହେବା ଫଳରେ ଆଉ ସିଂହାପଡା ଗଡ଼ିଆସାହି, କିଆଝର, କଣ୍ଟିଲୋ ଷ୍ଟ୍ରକଚର ଉପରେ ନିର୍ଭର ହେଲେ ନାହିଁ।ତେବେ ବାରମ୍ବାର ବିଦ୍ୟତୁ ବିଭ୍ରାଟ ହେଉଛି।ଏଠାରେ ଥିବା ସ୍ଥାନୀୟ ଲାଇନମ୍ୟାନଙ୍କୁ ବିଦ୍ୟତୁ ସମ୍ପର୍କରେ ପଚାରିଲେ ଉତର ଦେଉଛନ୍ତି ଆମେ ଟାଟାର ନୁହେଁ ଆମେ ସ୍ୱସ୍ତିକ ଲାଇନ ମ୍ୟାନ।ଆମେ ରାତି କଥା କହି ପାରିବୁ ନାହିଁ ।ଏଭଳି ଖାମ ଖିଆଲି ଉତରଦେଇ ବିଦ୍ୟତୁ କାଟ ମନ ଇଛା କରୁଛନ୍ତି।ଏରିଆ ରେ ବିଦ୍ୟତୁ କଟିଲେ କଣ୍ଟିଲୋ ଜେଇଙ୍କ ପାଖରେ ଖବର ରହୁନି। ଏଭଳି ବିଦ୍ୟତୁ କାଟ ହେବା, ଏବଂ ଅଧିକାରୀ ମାନେ ଫୋନ ନ ଉଠାଇବା ଏବଂ ଖାମ ଖିଆଲି ମନୋଭାବ ପରି ପ୍ରେକ୍ଷୀରେ ଗୋଛାବାରି ଗ୍ରାମ ବାସୀ ଏବଂ ଭାରତୀୟ ବିକାଶ ପରିଷଦର ଜିଲା ସମ୍ପାଦକ ନୟାଗଡ ପକ୍ଷରୁ ଆଉ ଵିଲ ନଦେବାକୁ ଲିଖିତ ଭାବେ ଜଣାଇ ଦେଇଛନ୍ତି ଟାଟା ପାୱାର ceo, ନିର୍ବାହୀଯନ୍ତ୍ରୀ ନୟାଗଡ, sdo ଖଣ୍ଡପଡ଼ାଙ୍କୁ ଜଣାଇ ଦେଇଛନ୍ତି।କଣ୍ଟିଲୋ ଜେଇଙ୍କ ବଦଳି ହୋଇ ଥିବା ବେଳେ ସ୍ଥାନ ଛାଡୁ ନାହାନ୍ତି କଣ ସ୍ୱାର୍ଥରେ।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧/୭/୨୦୨୩----୯,୨୫ Sakhigopal News,1/7/2023


