ads

Breaking News

ସାକ୍ଷୀଗୋପାଳ କଲେଜ ଛକରେ ଉନୃତ କାଣ୍ଡ ଘଟାଇ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଯୁବକ ଗିରଫ


ସାକ୍ଷୀଗୋପାଳ-- ୩୧୬ନଂ ଜାତୀୟ ରାଜପଥର ପୁରୀ --- ଭୁବନେଶ୍ୱର ରାସ୍ତା ର ସାକ୍ଷୀଗୋପାଳ  କଲେଜ ଛକ ନିକଟରେ ଚାରି ଜଣ ଅଜଣା ଯୁବକ  ଜୟା ହୋଟେଲ ପାଖରେ ଥିବା ପାନ ଦୋକାନକୁ ଆସି ଥଣ୍ଡା ମାଗିଥିଲେ। କିନ୍ତୁ ଦେକାନରେ  ଗରାଖ ଥିବାରୁ ଦୋକାନୀର ସାମାନ୍ୟ ବିଳମ୍ଭ ହୋଇଥିଲା  । ଯୁବକମାନେ ରାଗରେ ହୋ ହାଲ୍ଲା କରିବା  ସହିତ ଫିଙ୍ଗା ଫୋଫଡା କରିଥିଲେ। ଦୋକାନକୁ ଆସିଥିବା ଜଣେ ମହିଳା ସେମାନଙ୍କ କାର୍ଯ୍ୟ କଳାପ କୁ ବିରୋଧ କରିଥିଲେ  । ଯୁବକ ମାନେ ଉକ୍ତ ମହିଳାଙ୍କୁ ଗାଳିଗୁଲଜ, ଗୋଷଡା ଘୋଷଡ଼ି କରିବା ସହ ମାଡିପିଟ କରିଥିଲେ । ତାଙ୍କ ସ୍ୱାମୀ ହସ୍ତକ୍ଷେପ କରିବାରେ ତାଙ୍କୁ ମଧ୍ୟ ମାଡିପିଟ କରିଥିଲେ। ସ୍ଥାନୀୟ ଲୋକ ଆସି ରୁଣ୍ଡ ହେଇଯିବାରୁ ସେମାନେ ଘଟଣା ସ୍ଥଳ ଛାଡି ପଳାଇ ଥିଲେ। ଅଭିଯୋଗ କାରିଣୀ ଝୁଲୁ ବଳମାଛୁ ,ସ୍ୱାମୀ-ବାବୁଲା ବଳମାଛୁ ସା-ସାକ୍ଷୀଗୋପାଳ, କଲେଜ ଛକ, ସତ୍ୟବାଦୀ । ତାଙ୍କ ରିପୋର୍ଟକୁ  ଭିତ୍ତିକରି ୨୩୪/୨୩ଏକ ମାମଲା ରୁଜୁ କରା ଯାଇଛି । ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ନିଜେ  କେସ ତଦନ୍ତ କରି  ଦୁଇ  ଯୁବକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଙ୍କ ଠାରୁ ସୁଚନା ମିଳିଛି। ମାତ୍ର ଦୁଇ ଜଣ ଯୁବକ ଙ୍କୁ ଗିରଫ କରାଗଲା ଅନ୍ୟ ଦୁଇ ଯୁବକ ଗଲେ କୁଆଡେ ତାହା ଏବେ କଲେଜ ଛକରେ ଆଲୋଚନା ର ବିଷୟ ପାଲଟିଛି। ଏଥିପ୍ରତି ପୁରୀ ଏସପି ଦୃଷ୍ଟିଦେବାକୁ ଜଣସାଧାରଣଙ୍କ ପକ୍ଷରୁ ଦାବି ହେଉଛି।

ads

Blog Archive

Popular Posts