ads

Breaking News

ଖଳିସାହି-ଆଡ଼କଟା ରାସ୍ତାର କୁଆଁରିଆ ସେତୁ ବିପଦପୂର୍ଣ୍ଣ ଅବସ୍ଥାରେ;ଅଘଟଣକୁ ଏଡାଇ ଦିଆଯାଇ ନପାରେ




ନୟାଗଡ଼----ଖଣ୍ଡପଡ଼ାରୁ ଖଳିସାହି ଦେଇ ଆଡ଼କଟା, ଦଶପଲ୍ଲା, ଗଣିଆ କୁ ସଂଯୋଗ କରୁଥିବା ରାସ୍ତାର କୁଆଁରିଆ ନଦୀ ଉପରେ ଦୀର୍ଘ ୫୦ ବର୍ଷ ତଳେ ଏକ ସେତୁ ନିର୍ମାଣ କରାଯାଇଥିଲା।ଉକ୍ତ ସେତୁ ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି।ବର୍ଷା ଋତୁରେ କୁଆଁରିଆ ନଦୀରେ ବନ୍ୟାଜଳ ପ୍ରବାହିତ ହେଲେ ବନ୍ୟା ପାଣି ସେତୁ ଉପର ଦେଇ ପ୍ରବାହିତ ହୋଇଥାଏ । ଏବଂ ରାସ୍ତାର ଦୁଇ ପାର୍ଶ୍ଵ ପାଣିରପ୍ରଖର ସ୍ରୋତରେ ନଷ୍ଟ ହୋଇ ଥାଏ।ଫଳରେ ଉକ୍ତ ରାସ୍ତା ଦେଇ ଯାନ ବାହାନ ଚଳାଚଳ ବନ୍ଦ ହୋଇଥାଏ।ପ୍ରତିବର୍ଷ ପ୍ରଳୟଙ୍କରୀ ବନ୍ୟା ସମୟରେ ଉକ୍ତ ରାସ୍ତା ଦେଇ ଯାତାୟାତ ବନ୍ଦହୋଇ ଯାଉଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶପାଉଛି।ତେଣୁ ଜନସାଧାରଣ ଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟି ଦେଇ କୁଆଁରିଆ ନଦୀ ଉପରେ ଏକ ଉଚ୍ଚତମ ସେତୁ ନିର୍ମାଣ ନିମନ୍ତେ ପୂର୍ତ୍ତ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ଅଞ୍ଚଳ ବାସୀ ଦୀର୍ଘ ବର୍ଷ ଧରି ଦାବି କରି ଆସୁଛନ୍ତି। ମାତ୍ର ଏଥି ପ୍ରତି ଜିଲା ପ୍ରଶାସନ କିମ୍ବା ବିଭାଗ୍ୟୟ ଉଚ୍ଚକର୍ତ୍ତୃପକ୍ଷ କେହି ହେଲେ ଧ୍ୟାନ ଦେଉ ନଥିବା ଅଭିଯୋଗ ହେଉଛି।ପ୍ରକାଶ ଥାଉକି ଖଳିସାହିରୁ ଆଡ଼କଟା ଛକକୁ ସଂଯୋଗ କରୁଥିବା ରାସ୍ତାର ପ୍ରସ୍ୱସ୍ତି କରଣ କାର୍ଯ୍ୟ ଗତ ଚାରି ବର୍ଷ ତଳେ ଶେଷ ହୋଇ ଥିଲେ ହେ ସେହି ସମୟରେ ଉକ୍ତ କୁଆଁରିଆ ସେତୁ ପ୍ରତି କେହିହେଲେ ଦୃଷ୍ଟି ନ ଦେବା ପରିତାପର ବିଷୟ।ଉକ୍ତ ସେତୁ ଉପରେ ଦୈନିକ ସହ ସହ ସଂଖ୍ୟାରେ ଭାରି ଯାନ ଗୁଡିକ ଚଳାଚଳ କରୁ ଥିବାରୁ ପ୍ରତି ମୁହୂର୍ତ୍ତରେ ଅଘଟଣ ଘଟିବାର ଆଶଙ୍କା ପ୍ରକାଶ ପାଇଛି।ତେଣୁ ବିଜୁ ସେତୁ ଯୋଜନାରେ କୁଆଁରିଆ ନଦୀ ଉପରେ ଏକ ଉଚ୍ଚତମ ସେତୁ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ବ୍ଲକ ଅଧିନ କୋସ୍କା, କୁମ୍ଭାରପଡା, ରୟତ ଢୋଲମରା, ବଳଭଦ୍ର ପ୍ରସାଦ ପଞ୍ଚାୟତ ବାସୀ ଦାବି କରିଛନ୍ତି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୬/୭/୨୦୨୩----୯,୫୫ Sakhigopal News,26/7/2023

ads

Blog Archive

Popular Posts