ads

Breaking News

ବିଶ୍ଵ ପ୍ରକୃତି ଦିବସ ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ

  

ଭଞ୍ଜନଗର---- ଉପେନ୍ଦ୍ର ଭଞ୍ଜ ସରକାରୀ  ଉଚ୍ଚ ବିଦ୍ୟାଳୟ ବିଶ୍ଵ ପ୍ରକୃତି ଦିବସ ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ  ଆୟୋଜିତ ହୋଇଯାଇଛି । ବିଶ୍ଵ ପ୍ରକୃତି ଦିବସ କାର୍ଯ୍ୟକ୍ରମର ଆବାହକ ଥିଲେ ବିଦ୍ୟାଳୟର ୨ ଓଡ଼ିଶା ବାଟାଲିୟନ ଏନ୍ ସି ସି ଆର୍ମୀ ଅଫିସର ଶିକ୍ଷକ ଶ୍ରୀ ଶ୍ୟାମା ପ୍ରସାଦ ମିଶ୍ର I  ୟୁ ବି ହାଇସ୍କୁଲ ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ  ଓ ଏନ୍ ସି ସି ଆର୍ମୀ କ୍ୟାଡେଟ ମାନେ ଅଗ୍ରଗାମୀ ବାର୍ତ୍ତାବହ ଭାବରେ ସହ ଯୋଗ ଦେଇଥିଲେ ।   କାର୍ଯ୍ୟକ୍ରମର ଆରମ୍ଭ ରେ   ପ୍ରଧାନ ଶିକ୍ଷକ ଅନ୍ୟମାନେ ଆମ୍ବ ବୃକ୍ଷ ରୋପଣ କରିଥିଲେ । ତତ୍ ପରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସବୁଜ ପରିବେଶ ନିମିତ୍ତ ପ୍ରକୃତିର ସୁରକ୍ଷା ସକାଶେ ସଚେତନତା ସୃଷ୍ଟି କରାଯାଇଥିଲା । ଯେଉଁ ଥିରେ ସମସ୍ତ କ୍ୟାଡେଟ, ଆମନ୍ତ୍ରିତ ଅତିଥି ଓ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ ।  ୟୁ ବି ହାଇସ୍କୁଲ ର ଅଧ୍ୟୟନରତ ଛାତ୍ରଛାତ୍ରୀ, ସେମାନଙ୍କ ପିତାମାତା ଓ ଅଭିଭାବକଙ୍କୁ ନେଇ ତତ୍ ପରେ ସଡ଼କ ସୁରକ୍ଷା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ତଥା ସଭା ଆୟୋଜିତ ହୋଇଥିଲା। ଏଥିରେ ଓସେପା, ଓଡ଼ିଶା ଗଣ ଶିକ୍ଷା ବିଭାଗ ପ୍ରଦତ୍ତ ସୂଚନା ସମୂହର ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅନ୍ୟ ସମସ୍ତ କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଏୟାର ଅଫିସର ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ , ସସ୍ମିତା ନାୟକ , ଇପ୍ରିୟମ୍ ବଡରଇତ , ବିଷ୍ଣୁ ପ୍ରିୟା ସ୍ୱାଇଁ , ଅମିତ କୁମାର ବେହେରା , ସନ୍ତୋଷ କୁମାର ବେହେରା , ଜ୍ୟୋତ୍ସ୍ନା କୁମାରୀ ନାୟକ , ସ୍ୱପ୍ନେଶ୍ୱରୀ ଦିଗଲ ,ଉପଦେଷ୍ଟା ଶଙ୍କର ପ୍ରସାଦ ପଟନାୟକ  ପ୍ରମୁଖ ସକ୍ରିୟ ସହଯୋଗ  କରିଥିଲେ  । ସୁସ୍ଥ ପରିବେଶ ରେ ବଂଚି ରହିବାକୁ ହେଲେ ବୃକ୍ଷ ରୋପଣକରିବା ଅନିବାର୍ଯ୍ୟ  ବୋଲି  ଶ୍ରୀ  ନାହାକ ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଶେଷରେ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୭/୨୦୨୩----୯,୧୦ Sakhigopal News,29/7/2023

ads

Blog Archive

Popular Posts