ବାଙ୍କୀ ର ଉନ୍ନତି ପାଇଁ ମୁଁ ଶହେ ଥର ଜେଲ ଯିବାକୁ ପ୍ରସ୍ତୁତ; ଅଜୟ
ବାଙ୍କୀ/କଟକ---- ଜେଲ ରୁ ଫେରିଛନ୍ତି ବାଙ୍କୀ ମାଟି ର ଲଢୁଆ ପୁଅ ଶ୍ରୀ ଅଜୟ କୁମାର ପଣ୍ଡା । ସୂଚନା ଥାଉକି କିଛି ଦିନ ତଳେ ବାଙ୍କୀ ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ଓ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ର ଅବ୍ୟବସ୍ଥା କୁ ବିରୋଧ କରି ଗଣଧାରଣାରେ ବସି ସେ ଚର୍ଚ୍ଚା କୁ ଆସିଥିଲେ । କିଛି ଦିନ ତଳେ ତାଙ୍କୁ ଏକ ଜାତିଆଣ ଆକ୍ଷେପ ଆରୋପ ରେ ବାଙ୍କୀ ପୋଲିସ ଗିରଫ କରି ଜେଲ ହାଜତ କୁ ପଠାଇଥିଲା । ଏବେ ତାଙ୍କର ବହୁ ସମର୍ଥକଙ୍କ ଉଦ୍ୟମରେ ସେ ଜେଲରୁ ବାହାରକୁ ଆସିବା ସହ, ତାଙ୍କୁ ଏକ ଭିତିହୀନ ବା ମିଥ୍ୟା ଆରୋପ ରେ ଗିରଫ କରାଯାଇଛି ଏବଂ ଏହା କେବଳ ଏକ ନିର୍ଦ୍ଧିଷ୍ଟ ଦଳର ଏକ ରାଜନୈତିକ ଆକ୍ରୋଶ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ବାଙ୍କୀ ମାଟି ର ଉନ୍ନତି ପାଇଁ ମୁଁ ଏହିଭଳି ଶହେ ଥର ଜେଲ ଯିବାକୁ ମଧ୍ୟ ପ୍ରସ୍ତୁତ ଅଛି ବୋଲି ନିଜ ପ୍ରତିକ୍ରିୟା ରେ କହିଛନ୍ତି ଶ୍ରୀ ପଣ୍ଡା । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୨୪/୭/୨୦୨୩-----୧୦,୫୫ Sakhigopal News,24/7/2023



