ads

Breaking News

ଏକା ଥରେ ତିନି ପୁତ୍ର ଜନ୍ମ ଦେଲେ ଜନନୀ , ମା ଓ ତିନି ପୁଅ ସୁସ୍ଥ



ଭଞ୍ଜନଗର---ଭଞ୍ଜନଗର ବ୍ଳକ  କୁଲାଡ଼ ନିକଟ ନୂଆଁ ରାଇପଲ୍ଲୀ ଗ୍ରାମରେ ଜୈନିକ ମହିଳାଙ୍କ ଏକା ଥରକେ ତିନୋଟି ପୁତ୍ର ସନ୍ତାନ ଜନ୍ମ ଲାଭ କରିଛନ୍ତି। ଖବର ନେବାରେ ଜୈନିକ ମହିଳାଙ୍କ ଏହା ହେଉଛି ୨ୟ ଗର୍ଭ  ।ପ୍ରଥମ ଗର୍ଭରୁ ମଧ୍ୟ ପୁତ୍ର ସନ୍ତାନଟି ଅଛି ଯାହାର ବୟସ ପ୍ରାୟ ୫ ବର୍ଷ ହେବ। ଶୁକ୍ରବାର ରାତ୍ର ବ୍ରହ୍ମପୁର  ଏମ୍ କେ ସି ଜି ମେଡିକାଲରେ ଏହି ତିନି ପୁତ୍ର ଜନ୍ମ ଲାଭ ସହ ମା ପୁଅମାନେ ସୁସ୍ଥ ଥିବା ମେଡିକାଲର ସୁତ୍ରରୁ ପ୍ରକାଶ।ଏହା ରାଇପଲ୍ଲୀ ଗ୍ରାମରେ ପହଞ୍ଚିବା ପରେ ସ୍ଥାନୀୟ ବାସୀ ଖୁସିରେ ବ୍ରହ୍ମା ,ବିଷ୍ଣୁ ଓ ମହେଶ୍ବର ଶ୍ରାବଣ ମାସରେ ଆସିଥିବାରୁ ନାମ କରଣ କରୁଥିବା ଆଲୋଚନା ହେଉଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୭/୨୦୨୩---୮,୪୫ Sakhigopal News,22/7/2023

ads

Blog Archive

Popular Posts