ads

Breaking News

ୟୁ ବି ହାଇସ୍କୁଲ ରେ ପୋଷାକ ବିତରଣ ଉତ୍ସବ



ଭଞ୍ଜନଗର ---- ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ  ସରକାରୀ  ଉଚ୍ଚ ବିଦ୍ୟାଳୟ,ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଆବାହକ ଥିଲେ ବିଦ୍ୟାଳୟର  ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ I  ଏଥିରେ ଯୋଗ ଦେଇଥିଲେ ବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷା ସୁନୀତା ଦାସ ଓ ସି ଆର୍ ସି ସି ମୋହନ ସାହୁ   l ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ପୋଷାକ ବିତରଣ କରାଯାଇଥିଲା। ସମସ୍ତ ସଦସ୍ୟ ସରକାର ଙ୍କ ଏହି ସୁଚିନ୍ତିତ ଯୋଜନାକୁ  ଭୂୟସୀ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀଙ୍କ ସହିତ ପରିଚାଳନା କମିଟି ସଦସ୍ୟ ସଦସ୍ୟା ସକ୍ରିୟ ସହଯୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୭/୨୦୨୩-----୯,୪୦ 
Sakhigopal News,25/7/2023

ads

Blog Archive

Popular Posts