ads

Breaking News

କାର ଧକ୍କାରେ ଦୁଇ ଯୁବତୀ ଆହତ


ସାକ୍ଷୀଗୋପାଳ-----  ଭୁବନେଶ୍ୱର --ପୁରୀ ୩୧୬ ନଂ ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅନ୍ତର୍ଗତ କଲେଜ ଛକ ଠାରେ କାର ଧକ୍କାରେ ଦୁଇ ଯୁବତୀ ଆହତ ହୋଇଥିବା ଜଣାପଡିଛି। ପୋଲିସ ସୁତ୍ରରୁ ପ୍ରକାଶ ଯେ କାରଟି ଦ୍ରୁତ ଗତିରେ ପୁରୀ ଅଭିମୁଖେ ଯାଉଥିବା ବେଳେ ଏକ ସ୍କୁଟିରେ ଅହମଦପୁର ଗ୍ରାମର ରେକେୟା ଖାନମ ଓ ରେହୁମା ଖାନମ ଛକ ପାସ କରୁଥିବା ବେଳେ କାରଟି ସେମାନଙ୍କ ସ୍କୁଟି କୁ ଧକ୍କା ଦେଇଥିଲା। ଯାହା ଫଳରେ ଦୁଇ ଯୁବତୀ ରାସ୍ତା ରେ ଛିଟିକି ପଡ଼ିଥିଲେ । ଛକ ଉପରେ ଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର କରିବା ସହ ଯୁବତୀ ଙ୍କ ଘରକୁ ଖବର ଦେଇଥିଲେ। ଯୁବତୀ ଦୁଇଜଣ ଙ୍କୁ ସାକ୍ଷୀଗୋପାଳ ମେଡିକାଲ ରେ ଚିକିତ୍ସା କରାଯାଉଛି। ସତ୍ୟବାଦୀ ପୋଲିସ ଗାଡି ଜବତ କରିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୭/୨୦୨୩ ----୮,୫୫ Sakhigopal News,2/7/2023

ads

Blog Archive

Popular Posts