ads

Breaking News

ସତ୍ୟବାଦୀ ର ଗୌରବ ଆଣିଛନ୍ତି ଅଭିଷେକ ବେହେରା


ସାକ୍ଷୀଗୋପାଳ ----- ସତ୍ୟବାଦୀ ପାଇଁ ଏକ ଗୌରବ ଆଣିଛନ୍ତି ଅଭିଷେକ ବେହେରା। ସେ ଭାରତୀୟ ସି,ବି,ଏସ(ଚିପ ଅଫ ଡିଫେନସ ଷ୍ଟାଫ ) ରେ ନିଯୁକ୍ତି ପାଇଛନ୍ତି। ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କାଦୁଆ ଗ୍ରାମ ପଞ୍ଚାୟତ ରେ ତାଙ୍କ ଘର। ତାଙ୍କ ବାପା ଙ୍କ ନାମ ଅଶୋକ ବେହେରା ସେ ଜଣେ ସାମ୍ବାଦିକ ଭାବରେ ସାକ୍ଷୀଗୋପାଳ ରେ ଜଣାଶୁଣା । ଆଜି ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଓ ବିଡ଼ିଓ ଲୋଚନ କୁମାର ଦାସଙ୍କ ସହିତ ଅନ୍ୟମାନଙ୍କ ଉପସ୍ଥିତିରେ ଉପଢ଼ୌକନ ଓ ଫୁଲମାଳ ଦେଇ ଏକ ସମ୍ମାନିତ କରାଯାଇଥିଲା ସେହିପରି କାଦୁଆ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ବାଉରୀବନ୍ଧୁ ମହାପାତ୍ର ଓ ଗ୍ରାମବାସୀ ମାନେ ଫୁଲତୋଡ଼ା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶାରୁ ଦୁଇଜଣ ଏହି ପଦବୀ ପାଇବାରେ ସଫଳ ହୋଇଛନ୍ତି। ଜଣେ ଯୁବକ ଭାବେ ଅଭିଷେକ ବେହେରା। ଏବେ ସେ ପନ୍ଦର ମାସ ଡେରାଡୁନ ରେ ତାଲିମ ନେବେ ବୋଲି ଜଣାପଡିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୭/୨୦୨୩---୮,୫୫ Sakhigopal News,2/7/2023

ads

Blog Archive

Popular Posts