ads

Breaking News

ସତ୍ୟବାଦୀ ରେ ରୁଚି ମସଲା ବିତରକ କର୍ମଚାରୀ ଙ୍କ ଠାରୁ ୧,୮୫ ହଜାର ଟଙ୍କା ଲୁଟ ଥାନାରେ ଅଭିଯୋଗ

ସାକ୍ଷୀଗୋପାଳ,---- ସତ୍ୟବାଦୀ ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟ,ତରାଜ,ମାରପିଟ୍, ବୋମାମାଡ ଘଟଣା ଘଟୁଛି । ପୋଲିସ କେବଳ କେସ କରିଦେଇ ଚୁପ୍ ହୋଇ ବସିରହିଛି । ସୁଚନା ଯୋଗ୍ୟ ଯେ ପୁରୀର ରୁଚି ମସଲା କମ୍ପାନୀ ର କର୍ମଚାରୀ ମାନେ ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗ ଯୋଡି ରୁ ଫେରୁଥିବା ସମୟରେ ଭୀମବଜାର ଠାରେ ଲୁଟେରା ମାନେ ଟାଟା ଏସି ଗାଡିକୁ ଅଟକାଇ ସେମାନଙ୍କ ଠାରୁ ୧,୮୫ହଜାର ଟଙ୍କା ରୁ ଅଧିକ ଟଙ୍କା ଲୁଟି ନେଇଥିବା ନେଇ ସତ୍ୟବାଦୀ ଥାନା ରେ ପୁରୀ ର ରୁଚି ମସଲା କମ୍ପାନୀ ର ଡିଷ୍ଟୁବ୍ଯଟର ମଦନ ଲାଲ୍ ପଞ୍ଚ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ସୁଚନା ଯୋଗ୍ୟ ଯେ କମ୍ପାନୀ ର ସେଲସ୍ଯମ୍ଯାନ ଓ ଗାଡି ଡ୍ରାଇଭର ପିପିଲି ଓ ମଙ୍ଗଳପୁର ଓ ସାରଙ୍ଗ ଯୋଡି ବଜାରରୁ ପଇସା ଆଦାୟ କରି ଫେରିଥିବା ସମୟରେ ଭୀମବଜାର ଠାରେ ଏକ ଆପାଚି ମଟରସାଇକେଲରେ ତିନି ଜଣ ଯୁବକ ଗାଡି ଆଗକୁ ଆସି ଗାଡି ଅଟକାଇଥିଲେ। ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରାଇ ସେମାନଙ୍କ ଠାରୁ ୧,୮୫ହଜାର ଟଙ୍କା ରୁ ଅଧିକ ଓ ମୋବାଇଲି ସହିତ ଗାଡି ଚାବି ଲୁଟେରା ମାନେ ନେଇଯାଉଥିବା ଜଣାପଡିଛି। ସେହିପରି ତିନି ଦିନ ତଳେ ସତ୍ୟବାଦୀ ଥାନା ଠାରୁ ପ୍ରାୟ ୫୦ମିଟର ଦୁରରେ ଲୁଟେରା ମାନେ ଜଣେ ଟ୍ରକ ଡ୍ରାଇଭର ଟଙ୍କା ନ ଦେବାରୁ ହାଣି ଦେଇଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୬/୨୦୨୩----୧୦,୨୫ Sakhigopal News,1/6/2023

ads

Blog Archive

Popular Posts