ads

Breaking News

ଗୋପବନ୍ଧୁଙ୍କର ୯୬ ତମ ଶ୍ରାଦ୍ଧ ଦିବସ ପାଳନ




ସାକ୍ଷୀଗୋପାଳ ---ଉତ୍କଳମଣି ଗୋପବନ୍ଧୁଙ୍କ ହାତ ଗଢା  ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ପାରମ୍ପରିକ ରୀତିରେ ତାଙ୍କର ୯୬ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ପ୍ରଥମେ ପ୍ରତିମୂର୍ତ୍ତିରେ ଶିକ୍ଷକ ସତ୍ୟବାଦୀ ଦାଶ ମାଲ୍ୟାପର୍ଣ କରି ଧୂପ ଦୀପ ପ୍ରଦାନ କରିଥିଲେ।ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ,ବସନ୍ତ କୁମାର ସ୍ବାଇଁ,ଶିକ୍ଷୟତ୍ରୀ ବୈଜୟନ୍ତି ମିଶ୍ର,ଗୀତାଜଂଳି ବେହେରା ଓ ସୌଦାମିନୀ ନାୟକ ଉପସ୍ଥିତ ରହି ଗୋପବନ୍ଧୁଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଗୋପବନ୍ଧୁ ଅମର ରହେ ସ୍ଲୋଗାନ ଦେଇ ସମସ୍ତେ ରାଧାକୁଣ୍ଡ ପୁଷ୍କରଣୀକୁ ଯାଇ ତିଳ ତର୍ପଣ ଦ୍ବାରା ପ୍ରଣିପାତ ଜଣାଇଥିଲେ। ସତ୍ୟବାଦୀ ଦାଶ କର୍ତ୍ତା ରୂପେ ଏ ସମସ୍ତ କାର୍ଯ୍ୟକୁ ସମାପନ କରାଇଥିବା ବେଳେ ଓପନ ସ୍କୁଲର ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୮/୬/୨୦୨୩------୮,୫୫ Sakhigopal News,18/6/2023

ads

Blog Archive

Popular Posts