ads

Breaking News

୬ ଦିନ ହେଲା ନାବାଳକ ନିଖୋଜ, ଟେର୍ ପାଉନି ପୁଲିସ୍




ଓଡ଼ଗାଁ:- ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ଶରଧାପୁର ପଞ୍ଚାୟତ ଅନ୍ତର୍ଗତ ମଦନଗାଡିଆ ଗ୍ରାମର ଉତ୍କଳ ସ୍ୱାଇଁ(୧୬) ଗତ ୧୩ ତାରିଖ ସକାଳ ୭ଟା ସମୟରୁ ଘରୁ କେଉଁଆଡ଼େ ଚାଲିଯାଇଛନ୍ତି। ଏନେଇ ଉତ୍କଳ ଙ୍କ ଘରଲୋକ ଥାନାରେ ଲିଖିତ ଅଭିଯୋଗ କରିବାର ଆଜକୁ ୫ ଦିନ ବିତିଥିଲେ ସୁଦ୍ଧା ଆଜି ପର୍ଯ୍ଯନ୍ତ ପୋଲିସ୍ ନାବାଳକ ଉତ୍ପଳ ଙ୍କର କୌଣସି ସନ୍ଧାନ ପାଇ ନାହିଁ। 
  ଉତ୍କଳଙ୍କ ବାପାଙ୍କ କହିବା କଥା ଯେ ଉତ୍କଳ ଓଡ଼ଗାଁ ରଘୁନାଥ ବିଦ୍ୟାପୀଠ ରେ ଏନସିସି ନେବା ସହିତ ଭଲ ପଢୁଥିଲେ। କିନ୍ତୁ ଅତ୍ୟଧିକ ମୋବାଇଲ ବ୍ୟବହାର କରିବା ନେଇ ଗତ ୧୩ରିଖ ସକାଳୁ ଘରଲୋକଙ୍କ ସହ ଉତ୍କଳଙ୍କର ଜୋରରେ ବଚସା ହେବାରୁ ଉତ୍କଳଙ୍କର ମା ଚେତାଶୂନ୍ୟ ହୋଇପଡିଥିଲେ । ତେଣୁ ଅନ୍ୟମାନଙ୍କ ସହାୟତାରେ ତାଙ୍କ ମା ଙ୍କୁ ନିକଟସ୍ଥ ଏକ କ୍ଳିନିକ୍ କୁ ଆଣିବା ଭିତରେ ଘରେ କେହି ନଥିଲେ। ଏହାର ସୁଯୋଗ ନେଇ ଉତ୍କଳ ଘର ଛାଡି କେଉଁଆଡ଼େ ଚାଲିଯାଇଛି। ଏବଂ ଗଲାବେଳେ  ସେ କଳା ରଙ୍ଗର ଟିସାର୍ଟ୍ ଓ ପ୍ୟାଣ୍ଟ ପିନ୍ଧିଥିବା ବେଳେ ଏବଂ ଶାଗୁଆ ରଙ୍ଗର ପଛ ବ୍ୟାଗ୍ ଓ ସାଥିରେ ଏକ ଦଉଡି ନେଇଛନ୍ତି। ଏନେଇ ଏହି ଘଟଣା ର ତଦନ୍ତ ଅଧିକାରୀ ତଥା ଓଡ଼ଗାଁ ଆଦର୍ଶ ଥାନା ଏସ୍ଆଇ ଚକ୍ରଧର ସିଂଙ୍କୁ ପଚାରିବାରେ "  ନାବାଳକଟି ଏହି ପାଖାପାଖି କେଉଁଠାରେ ଥିବା ନେଇ ସନ୍ଦେହ କରାଯାଉଥିବା କହିଛନ୍ତି ।  ପୋଲିସ ଏକ ଅପହରଣ ମାମଲା ରୁଜୁ କରିଛି ଏବଂ ତଦନ୍ତ ଚାଲିଛି ବୋଲି କହିଛନ୍ତି ଏବଂ ଖୁବଶୀଘ୍ର ଉତ୍କଳ ମିଳିବା ନେଇ ସୂଚନା ଦେଇଛନ୍ତି। 

ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇ ଙ୍କ ରିପୋର୍ଟ 
-୧୮/୬/୨୩ ----୮,୫୫ Sakhigopal News,18/6/2023

ads

Blog Archive

Popular Posts