ads

Breaking News

ରଜ ମଉଜ


ଚଷାପୁଅର ପରବ
ଉତ୍କଳେ ଆମ ଗୌରବ, 
ଚାଷ କାମ ହେବ ବନ୍ଦ
ଆସେ ମହକ ସୁଗନ୍ଧ ,
କି ସୁନ୍ଦର ନାମ ରଜ
ଝିଅ ବୋହୂ ସଜବାଜ। 
କୁମାରୀ ମନ ଉଛନ୍ନ
ଦୋଳି ଖେଳିବାରେ ମନ,
ନୂଆ ବସନେ ମଣ୍ଡିତ।
କୁଙ୍କୁମ ଟିକା ଶୋଭିତ
ଆସରେ ଆସ ସଙ୍ଗାତ
ଗାଇବା ରଜର ଗୀତ,
କେଡେ ମନୋରମ ଛନ୍ଦ
ମିଶାଇ ଦେବାରେ କାନ୍ଧ।
କାନ୍ଧେ ହାତ ଛନ୍ଦାଛନ୍ଦି
ଠିଆ ପୁଚି ଖେଳେ ବାନ୍ଧି ,
ପାଳିବା ରଜ ମଉଜ
ବନସ୍ତେ ଡାକିଲା ଗଜ ।
ମନ ହେଲା ଖିଲି ଖିଲି 
ଘରେ ଘରେ ଯିବା ବୁଲି,
ପାନ ଦେଇ ମନ ନେବା
ଆନନ୍ଦେ ପର୍ବ ପାଳିବା ।
 ମାନସ ରଞ୍ଜନ ପଟ୍ଟନାୟକ 
ନିମବସନ୍ତ,ହରିରାଜପୁର,ଜଟଣୀ,ପୁରୀ 
ମୋ-୮୯୧୭୬୫୩୩୫୧ , ସାକ୍ଷୀଗୋପାଳ ନିଉଜ,୧୬/୬/୨୦୨୩----୮,୪୫ Sakhigopal News,16/6/2023

ads

Blog Archive

Popular Posts