ads

Breaking News

ଅଘୋଷିତ ବିଦ୍ୟୁତ କାଟକୁ ନେଇ ଅସନ୍ତୋଷ

ବରଗଡ଼--- ଭାରତୀୟ ଜନତା ପାର୍ଟି ଜିଲ୍ଲା ସାଧାରଣ ସମ୍ପାଦକ କୁଶ କୁମ୍ଭାର ଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବରଗଡ ଜିଲ୍ଲାର  ଅତାବିରାରେ ଥିବା ଇଲେକ୍ଟ୍ରି (ଏସ୍ ଡି ଓ) ତଥା PTWODL ଅଫିସକୁ ଯାଇ  ବରଗଡ ଜିଲ୍ଲାରେ  ଅଘୋଷିତ ବିଦ୍ୟୁତ କାଟ ହେଉଥିବାରୁ ଜନସାଧାରଣ ନାହି ନଥିବାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଅଫିସ ସମ୍ମୁଖରେ ନାରାବାଜି କରିବା ସହିତ ଉପଭୋକ୍ତା ଯେମିତି ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ନ ହେବେ ସେଥି ପ୍ରତି ଧ୍ୟାନ ଦେବାକୁ ବିଜେପି ପକ୍ଷରୁ ଏକ ଲିଖିତ ଅଭିଯୋଗ କରାଯାଇଛି । ପ୍ରତିନିଧି ଦଳ ମଧ୍ୟରେ ବିଜେପିର ବରିଷ୍ଠ ନେତା ମିଲନ ସେଟ, ଉର୍କୁଲ ତାଣ୍ଡି, ବିପିନ ଭୋସାଗର, ସୁରେନ୍ଦ୍ର କୁମାର ସ୍ବାଇଁ, ଦିପକ କୁମାର ପଧାନ, ନିରଞ୍ଜନ ସେଟ, ସଂଞୟ ଉପାଧ୍ୟାୟ, ପ୍ରଶାନ୍ତ ବନଛୋର, ହୃଷିକେଶ ଦୀପ, ଚନ୍ଦ୍ର କୁମାର ତାଣ୍ଡି, ଶୌରଭ ଭୋଇ, ନିରୋଜ ବାରିକ, କୌଶିକ ମହାକୁର, ବିନୋଦ ପଣ୍ଡା, ଅର୍ଜୁନ ବାଗ ପ୍ରମୁଖ ଉପସ୍ଥିତ ଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୮/୬/୨୦୨୩---୧୦,୧୦ Sakhigopal News,18/6/2023

ads

Blog Archive

Popular Posts