ads

Breaking News

ଅବସରପ୍ରାପ୍ତ ସୁପେରଭାଇଜର ଙ୍କର ଅକାଳ ମୃତ୍ୟୁ

 
ବରଗଡ଼ ---ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ର (ଯୁଆଡିଟିକରା) ଗ୍ରାମ ର ନିଲାଚଲ ଯୁଆଡି ଙ୍କ ଦେହାନ୍ତ ହୋଇଯାଇଛି । ସେ ଭୁବନେଶ୍ଵର ର ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଯୁଆଡି ଙ୍କ ଦେହାନ୍ତ ହୋଇଯାଇଛି। ସ୍ଵର୍ଗତ ବୁଧୁ ଯୁଆଡି ଙ୍କର ତୃତୀୟ ପୁତ୍ର ଅଟନ୍ତି। ସେ ଓଡ଼ିଶା ସରକାରଙ୍କ ରେଭେନ୍ୟୁ ବିଭାଗର ସୁପରଭାଇଜର ଭାବରେ୍ରାମ ବରପାଲି ତହସିଲ ଅଫିସରୁ ଅବସର ଗ୍ରହଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ସେ ଜଣେ ମିଷ୍ଟଭାଷୀ, ମେଳାପୀ, ପରୋପକାରୀ ଓ କର୍ତବ୍ୟ ନିଷ୍ଠା ଭାବରେ ପରିଚିତ ଥିଲେ। ତାଙ୍କ ପଛରେ ବିଧବା ପତ୍ନୀ ସବିତା ଯୁଆଡି, ଦୁଇ ଝିଅ ସଂଯୁକ୍ତା, ସ୍ଵର୍ଣ୍ଣପ୍ରଭା, ଜୋଇଁ ଓ ଏକ ମାତ୍ର ପୁତ୍ର ସୂରଜ କୁମାର ଯୁଆଡିଙ୍କୁ ଛାଡି ଯାଇଛନ୍ତି। ତାଙ୍କର ଶେଷ ଦର୍ଶନ କରିବା ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି  ତାଙ୍କ ବାସଭବନରେ ପହଞ୍ଚି ମର ଶରୀର ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ତାଙ୍କର ଶବାଧାରରେ ବହୁ ଜ୍ଞାତିକୁଟୁମ୍ବ, ବନ୍ଧୁ ପରିଜନ ବହୁ ବିଶିଷ୍ଟ ବ୍ୟକ୍ତି ଅନ୍ତିମ ସଂସ୍କାର ରେ ଯୋଗଦେଇ ଥିଲେ। ପରିଶେଷରେ ଏକ ମାତ୍ର ପୁତ୍ର ସୂରଜ  ମୁଖାଗ୍ନି ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ, ୨୨/୬/୨୦୨୩----୮,୨୫ Sakhigopal News,22/6/2023

ads

Blog Archive

Popular Posts