ads

Breaking News

କାଳଞ୍ଜି ସମାଜ ପ୍ରତିଭା ସମ୍ମାନ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି ବୈଠକ


ଭଞ୍ଜନଗର :- ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସମାଜର କୃତୀ ଛାତ୍ର, ଛାତ୍ରୀ ଯେଉଁମାନେ କି ଚଳିତ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ ଶତକଡା 80%ନମ୍ବର ରଖି କୃତୀତ୍ୱ ର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ନିଷ୍ପତି କରାଯାଇଛି l କେନ୍ଦ୍ର ପରିଷଦ ସଭାପତି ସନ୍ତୋଷ ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ନୀଳାଞ୍ଚଳ ପୋଲେଇ, କୋଷାଧକ୍ଷ ବିଭୁତି ଭୂଷଣ ଜେନା, ମୁଖ୍ୟ ସଂଗଠକ ସତ୍ୟ ନାରାୟଣ ସ୍ୱାଇଁ, ଉପ ସଭାପତି ବୃନ୍ଦାବନ ଖଟେଇ, ସଂଗଠନ ସମ୍ପାଦକ ଅନ୍ତର୍ଯ୍ୟାମୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିବାସହ କିଛି ଅଞ୍ଚଳ କର୍ମକର୍ତ୍ତା ମଧ୍ୟ ଯୋଗଦେଇଥିଲେ l ଉକ୍ତ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଆସନ୍ତା 2 ତାରିଖ ରେ "ବିଜୁ ସ୍ମୃତି ଭବନ"ସାଗର ବନ୍ଧ, ସୋରଡ଼ା ଠାରେ ମାନ୍ୟବର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଙ୍କ ଆବାହକ ରେ ଅନୁଷ୍ଠିତ ହେବ l ପ୍ରତି ଅଞ୍ଚଳର କୃତୀ ଛାତ୍ରଛାତ୍ରୀ ମାନେ ଯେପରି ଯୋଗଦେବେ ସେଥିପାଇଁ ପ୍ରତିସ୍ତର ର କର୍ମକର୍ତା ମାନେ ନିଷ୍ଠାର ସହ ଦାୟିତ୍ୱ ନେବା ପାଇଁ ନିଷ୍ପତ୍ତି କରାଯାଇଥିଲା l ଏଥିରେ ମୁଖ୍ୟ ସଂଗଠକ ସତ୍ୟ ନାରାୟଣ ସ୍ୱାଇଁ ଙ୍କ ତରଫରୁ ଭାଗ୍ୟଶାଳୀ ବିଜେତା ପୁରସ୍କାର ପ୍ରଦାନ କରାଯିବ l ଅତିଥି ଭାବେ ମାନ୍ୟବର ସାଂସଦ ପ୍ରମିଳା ବିଷୋୟୀ, ବିଧାୟକ ପୂର୍ଣଚନ୍ଦ୍ର ସ୍ୱାଇଁ, ଜିଲ୍ଳା ପରିଷଦ ଅଧକ୍ଷା ଅଞ୍ଜଳି ସ୍ୱାଇଁ ଓ ଆସ୍କା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ବିନେତା ସ୍ୱାଇଁ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଥିବା ସଭାପତି କହିଥିଲେ । ଏଥିସହ କଇଣ୍ଡି ଆଞ୍ଚଳିକ ପରିଷଦ ର ପୂର୍ବତନ ସଭାପତି ସ୍ବର୍ଗତ ସୁବାସ ଚନ୍ଦ୍ର ସ୍ୱାଇଁ, ବନ୍ଥପଲ୍ଲୀ ଆଞ୍ଚଳିକ ପରିଷଦ ର ପୂର୍ବତନ ସଭାପତି ଶ୍ୟାମସୁନ୍ଦର ସ୍ୱାଇଁ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯିବା ପାଇଁ ସ୍ଥିର କରାଗଲା । ଶେଷରେ ଜଗବନ୍ଧୁ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୬/୨୦୨୩---୮,୨୫ Sakhigopal News ,26/6/2034

ads

Blog Archive

Popular Posts