ads

Breaking News

ଦୁଇ ଅସହାୟ ପରିବାରକୁ ସହଯୋଗର ହାତ ବଢାଇଲେ ଦୁଇ ସ୍ବେଛାସେବୀ ଅନୁଷ୍ଠାନ



ଜଟଣୀ -- ଦୁଇ ସ୍ବେଛାସେବୀ ଅନୁଷ୍ଠାନ ବିଶ୍ୱକର୍ମା ସଂଘଠନ ଏବଂ ବାପାମାଆଙ୍କ ସେବା ଶ୍ରମ ଟ୍ରଷ୍ଟ ଦ୍ୱାରା ଦୁଇ ଅସହାୟ ପରିବାରକୁ ଦୁଇଟି ସିଲେଇ ମେସିନ ସହ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି l ସୂଚନା ମୁତାବକ ଜଟଣୀ ବ୍ଲକ ଅନ୍ତର୍ଗତ ମହୁଲ ଗ୍ରାମର ସଞ୍ଜୁଲତା ମହାରଣା ଓ ଖୋର୍ଦ୍ଧା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡ଼ପାଲି ଗ୍ରାମର ସଂଯୁକ୍ତା ମହାରଣା ପରିବାର ଦୁଇଟି ବହୁ ଦୁଃଖକଷ୍ଟରେ ଚଳନ୍ତି । ଓଳିଏ ଖାଇଲେ ଓଳିଏ ଓପବାସ ରୁହନ୍ତି l ପରିବାରର ଜଣେ ଜଣେ ଦିନମଜୁରିଆ l ବର୍ତ୍ତମାନ ସାରା ଓଡିଶା ସୂର୍ଯ୍ୟ କିରଣର ପ୍ରକୋପ ତଥା ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ସମୟରେ ଦିନରେ ମଜୁରୀ ଖଟି ପରିବାର ପୋଷଣ କରିବା ବହୁ କଷ୍ଟ l  ଦୁଇ ସ୍ବେଛାସେବୀ ଅନୁଷ୍ଠାନ ବିଶ୍ୱକର୍ମା ସଂଘଠନର ରାଜ୍ୟ ସଭାପତି ଗୌତମ ମହାରଣା ଏବଂ ରାଜ୍ୟ ସମ୍ପାଦକ ହାଡ଼ିବଂଧୁ ମହାରଣା ସହ ବାପାମାଆ ସେବା ଶ୍ରମର ସଦସ୍ୟ ମାନେ ମିଳିତ ସହଯୋଗରେ ଦୁଇ ଅସହାୟ ପରିବାରକୁ ଦୁଇଟି ସିଲେଇ ମେସିନ ସହ ଘର ପ୍ରତିପୋଷଣ ପାଇଁ କିଛି ରାସନ ସାମଗ୍ରୀ ପ୍ରଦାନ କରିଥିଲେ l ଏହି ସେବା କାର୍ଯ୍ୟପାଇଁ ସ୍ଥାନୀୟ ଗ୍ରାମବାସୀ ଦୁଇ ସ୍ବେଛାସେବୀ ଅନୁଷ୍ଠାନକୁ ଭୁରି ଭୁରି ପ୍ରଶଂସା କରିଛନ୍ତି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୬/୨୦୨୩----୧୨,୧୦ , Sakhigopal News,16/6/2023

ads

Blog Archive

Popular Posts