ads

Breaking News

ଲରମ୍ଭା ମହାବିଦ୍ୟାଳୟ ର ପ୍ରାଣ ପ୍ରତିଷ୍ଠାତା ସ୍ଵର୍ଗତ ବ୍ରଜମୋହନ ପଣ୍ଡାଙ୍କ ୧୩୩ତମ ଜନ୍ମ ଜୟନ୍ତୀ ପାଳିତ


 
ବରଗଡ଼--- ବରଗଡ ଜିଲ୍ଲା  ପଶ୍ଚିମ ଓଡିଶାର ସର୍ବ ପୁରାତନ ଶିକ୍ଷା କେନ୍ଦ୍ର ଲରମ୍ଭା ମହାବିଦ୍ୟାଳୟ ର ପ୍ରାଣପ୍ରତିଷ୍ଠାତା ସ୍ବର୍ଗତ ବ୍ରଜ ମୋହନ ପଣ୍ଡାଙ୍କର ୧୩୩ ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ଲରମ୍ଭା ଗ୍ରାମ ସ୍ଥିତ  ସ୍ଵର୍ଗତ ପଣ୍ଡା ବାସଭବନ ର ଏନ୍ତୁଡିଶାଳ ଠାରେ ଧୂପ, ଦୀପ ରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ରାବାସସ୍ଥିତ ବ୍ରଜମୋହନ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ କରାଯାଇଥିଲା ।  ଏହି ଅବସରରେ ମହାବିଦ୍ୟାଳୟ  ସମ୍ମିଳନୀକକ୍ଷ ଠାରେ ଏକ ସାଧାରଣସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ଅଧ୍ୟକ୍ଷତା କରିଥିଲେ। ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀ ରବିନାରାୟଣ  ପଣ୍ଡା, ଲରମ୍ଭା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଲୋକ କୁମାର ସାହୁ, ଶିକ୍ଷକ ବିନୟ କୁମାର ନାୟକ ମଂଚାସୀନ ରହି ସ୍ବର୍ଗତ ପଣ୍ଡାଙ୍କର କର୍ମମୟ ଜୀବନ ଉପରେ ଆଲୋକ ପାତ କରିଥିଲେ ।  ଏହି ସଭାରେ ଶିକ୍ଷାବିତ ନିର୍ମଳ ଚନ୍ଦ୍ର ଭୋଇ, ଅଧ୍ୟାପକ ପ୍ରଦୀପ ପଣ୍ଡା , ଅଧ୍ୟାପକ ପବିତ୍ର ମାହାଣା,  ବିଦେଶି ଛନ୍ଦ  ପ୍ରମୁଖ  ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।  ଏଥିରେ  ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ , ଅଂଚଳରେ ଶିକ୍ଷାବିତ୍, ବୁଦ୍ଧିଜୀବୀ  ଓ ବହୁ ବ୍ରଜମୋହନ ପ୍ରେମୀ ଯୋଗ ଦେଇ ଅଂଶଗ୍ରହଣ କରିଥିଲେ ।ପରିଶେଷରେ  ପ୍ରାଧ୍ୟାପକ ଅଶୋକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୬/୨୦୨୩----୮,୫୫ Sakhigopal News,5/6/2023

ads

Blog Archive

Popular Posts