ads

Breaking News

ଚିଚିଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି

 
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରି ଥିଲେ ଚିଚିଣ୍ଡା ସରପଞ୍ଚ ଶ୍ରୀମତୀ ସିମା ମେହେର । ମୁଖ୍ୟ ଅତିଥି ଭାବେ ପ୍ରକୃତି ବନ୍ଧୁ ସଂଜୀବ କୁମାର ପ୍ରଧାନ ଓ ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟା ଜ୍ୟୋତିର୍ମୟୀ ସାହୁ ଯୋଗଦେଇ ଥିଲେ। ପ୍ରାରମ୍ଭ ରେ ବାଲେଶ୍ବର ଜିଲ୍ଲା ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ମୃତ୍ୟୁ ବରଣ କରିଥିବା ବ୍ଯକ୍ତି ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ଓ ଆହାତ ହୋଇଥିବା ବ୍ଯକ୍ତିଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରାଯାଇଥିଲା। ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ପ୍ରଧାନ ପଞ୍ଚାୟତ ର  ପ୍ରତ୍ୟେକ ଗ୍ରାମରେ ବ୍ୟାପକ ଭାବେ ବୃକ୍ଷ ରୋପଣ କରି ପରିବେଶକୁ ସରସ ସୁନ୍ଦର କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ପଞ୍ଚାୟତ ପରିସରରେ ସରପଞ୍ଚ ଙ୍କ ଦ୍ବାରା ବୃଷ ରୋପଣ କରାଯାଇଥିଲା। ପଞ୍ଚାୟତ ପିଇଓ ଧରଣୀ ଧର ସେଟ, ବିଶ୍ଵ ପରିବେଶ ଦିବସ ପାଳିତ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଏହି ସମୟରେ ପଞ୍ଚାୟତ ସମସ୍ତ ୱ୍ର୍ଡଡ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ। ପରିଶେଷରେ ନାଏବ ସରପଞ୍ଚ ଶେଷଦେବ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୬/୨୦୨୩----୮,୫୫ Sakhigopal News,5/6/2023

ads

Blog Archive

Popular Posts