ads

Breaking News

ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଉତ୍କଳଦିବସ ଓ ପ୍ରଥମ ଦିନୋତ୍ସବ ଦିବସ ପାଳିତ

 
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଉତ୍କଳଦିବସ ଓ ପ୍ରଥମ ଦିନୋତ୍ସବ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଷ୍ଟେଟ ବ୍ଯାଙ୍କ କର୍ମଚାରୀ ଗଂଗାଧର ମେହେର ଓ ସମ୍ମାନୀତ ଅତିଥି ଭାବେ ମୂରଲୀଧର ମେହେର ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟ ର ଆଚାର୍ଯ୍ୟା କାମିନୀ ଭୋଇ ଶିଶୁ ଭାଇଭଉଣୀ ମାନଙ୍କ ମାର୍ଗ ଦର୍ଶନ କରିଥିଲେ। ଏହି ଅବସରରେ ଶିଶୁ ଭାଇଭଉଣୀ ମାନଙ୍କୁ ନୂତନ ଶ୍ରେଣୀ ଗୃହକୁ ସ୍ଵାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଆଚାର୍ଯ୍ୟ ସନ୍ତୋଷ ପଶାୟତ ପରିଚାଳନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶିବାନନ୍ଦ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ ।  ପ୍ରଧାନ ଆଚାର୍ଯ୍ୟ ସପତ୍ନିକ ହୋମଯଜ୍ଞ କାର୍ଯ୍ୟ ରେ କର୍ତା ରୂପେ ଦାଇତ୍ବ ସଂପାଦନ କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ସେବକ ମାନେ ସହଯୋଗ କରିଥିଲେ। ପରିଶେଷରେ ପରିଚାଳନା ସମିତିର ସଂପାଦକ କିଶୋର ପାଇକ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୪/୨୦୨୩----୯,୪୫ Sakhigopal News,1/4/2023

ads

Blog Archive