ads

Breaking News

ୟୁ ବି ହାଇସ୍କୁଲ ଏନ୍ ସି ସି ଆର୍ମୀ କ୍ୟାଡେଟଙ୍କ ପୁନୀତ୍ ସାଗର ଅଭିଯାନ




ଭଞ୍ଜନଗର  ---- ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ
ବିଦ୍ୟାଳୟରେ ଏନ୍ ସି ସି ଆର୍ମୀ କ୍ୟାଡେଟମାନଙ୍କୁ ପୁନୀତ୍ ସାଗର ଅଭିଯାନ ଅନୁଷ୍ଠିତ ହୋଇଯାଇଛି।  ଭଞ୍ଜନଗର ଷ୍ଟେଟ ବ୍ୟାଙ୍କ ପଛ ପାଖରେ ଅବସ୍ଥିତ ହାତୀବନ୍ଧ ସାହିର ମହାଦେବ ମନ୍ଦିର ସମ୍ମୁଖସ୍ଥ ଜଳାଶୟ ପାର୍ଶ୍ଵସ୍ଥ ଚଲାପଥ ସିମେଣ୍ଟ ରୋଡ଼ ଓ ପାବଚ୍ଛ ଆଦି ସଫେଇ କାର୍ଯ୍ୟ କରାଯାଇଥିଲା  । ବିଦ୍ୟାଳୟର ଏନ୍ ସି ସି ଆର୍ମୀ ଅଫିସର୍ ଶ୍ୟାମା ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨ ଓଡ଼ିଶା ବାଟାଲିୟନ ଏନ୍ ସି ସି ଦ୍ଵାରା ପ୍ରେରିତ ଦୁଇ ଜଣ ପି. ଆଇ. ଷ୍ଟାଫ୍ (ଭାରତୀୟ ସ୍ଥଳ ସେନା ର) ହାବିଲଦାର ଅମରଜିତ୍ ଓ ହାବିଲଦାର ଯୁବରାଜ ଉପସ୍ଥିତ ହୋଇଥିଲେ। ଉଭୟ ପ୍ରଶିକ୍ଷକ ଏବଂ ଏ.ଏନ୍.ଓ. ଶ୍ରୀ ମିଶ୍ର ଏହି କ୍ୟାଡେଟମାନଙ୍କ ସହ ସଫେଇ  କରିଥିଲେ । ଏଥିରେ ଉଭୟ ପ୍ରଥମ ଓ ଦ୍ବିତୀୟ ବର୍ଷର ମୋଟ ୧୩ ଜଣ କ୍ୟାଡେଟ ଭାଗନେଇଥିଲେ ।  ତତ୍ ପରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ସମସ୍ତେ ବିଦ୍ୟାଳୟ ହତା ସଫେଇ କରିଥିଲେ । ପରିଶେଷରେ ସମସ୍ତ କ୍ୟାଡେଟଙ୍କୁ  ସାମାନ୍ୟ ଜଳପାନ ବଣ୍ଟନ କରାଯାଇଥିଲା। ଏଥି ନିମିତ୍ତ ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ ୨ ଓଡ଼ିଶା ବାଟାଲିୟନ ଏନ୍ ସି ସି ର କମାଣ୍ଡିଙ୍ଗ୍ ଅଫିସର୍ ଓ ଆଡ୍ମିନିଷ୍ଟ୍ରେଟିଭ୍ ଅଫିସର୍ ଙ୍କୁ ସାଧୁବାଦ ଜ୍ଞାପନ କରିବା ସହ କାର୍ଯ୍ୟ କ୍ରମରେ ସକ୍ରିୟ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୪/୨୦୨୩----୮,୩୦ Sakhigopal News,20/4/2023

ads

Blog Archive

Popular Posts