ଗୁରୁଙ୍କ କଥା ମାନିଲେ ଭବିଷ୍ୟତ ରେ ଜଣେ ସୁନାଗରିକ ହୋଇପାରିବ
ଡେଲାଙ୍ଗ ----ପ୍ରତ୍ୟେକ ଛାତ୍ର ଛାତ୍ରୀ ଗୁରୁ ଗୁରୁଜନଙ୍କ କଥାମାନି ଶ୍ରଦ୍ଧା, ଭକ୍ତି, ନିଷ୍ଠା, ସତ୍ୟ, ଧର୍ମ, ନ୍ୟାୟ ପଥକୁ ପାଥେୟ କରି ପାରିଲେ ସମାଜରେ ଉତ୍ତମ ମଣିଷ ଭାବେ ପ୍ରତିଷ୍ଠିତ ହୋଇ ପାରିବ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ। ଡେଲାଙ୍ଗ ବ୍ଲକ୍ ରେଞ୍ଚ ଗ୍ରାମ ପଞ୍ଚାୟତ ଅଧୀନ ପିଢପାଟଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ସମ୍ମାନିତ ଅତିଥି ମାନେ ଯୋଗ ଦେଇ ମତ ପ୍ରକାଶ କରିଥିଲେ। ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ, ଚନ୍ଦ୍ରଶେଖର ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ହୋତା, ଉପାଧ୍ୟକ୍ଷ ଦୁର୍ବାସା ନିସଙ୍କ, ଏବିଇଓ ଲକ୍ଷ୍ମଣ ପ୍ରଧାନ, ସୁଷମା ଦାଶ, ପୂର୍ବତନ ବିଇଓ ଯୁଧିଷ୍ଠିର ପରିଡ଼ା, ଜିଲ୍ଲା ପରିଷଦ ସଭ୍ୟା ଦିପ୍ତିଶ୍ରୀ ରାଉତରାୟ, ଗଡମୋଟରୀ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଲଲାଟ କେଶରୀ ସାମନ୍ତରାୟ, ଯୁବନେତା ସୁଦିପ୍ତ ନାୟକ,ରେଞ୍ଚ ପଞ୍ଚାୟତର ସରପଞ୍ଚ ହରିହର ସ୍ବାଇଁ ପ୍ରମୁଖ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ପ୍ରଦୀପ, ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। । ଆୟୋଜିତ ସଭାରେ ଡେଲାଙ୍ଗ ବ୍ଲକ୍ ର ସହ ଶିକ୍ଷାଧିକାରୀ ଲକ୍ଷ୍ମଣ ପ୍ରଧାନ ସଭାପତିତ୍ବ କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଗମ୍ବର ରଥ ବାର୍ଷିକ ବିବରଣୀ ପାଠ କରିଥିଲେ । ସିଆରସିସି ଦୁର୍ଯୋଧନ ପ୍ରଧାନ ମଞ୍ଚ ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ କାହ୍ନୁ ଚରଣ ସେଠୀ, ଶିକ୍ଷୟିତ୍ରୀ ଅମରାବତୀ ତାଡ଼, କଳ୍ପନା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶିକ୍ଷା କ୍ଷେତ୍ରରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଆନ୍ତରିକତାର ସହ ସେବା କରିଥିବା ହାକପଡା ଚନ୍ଦ୍ରଶେଖର ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ହୋତାଙ୍କୁ ବିଦ୍ୟାଳୟ ତରଫରୁ ମାନପତ୍ର, ଉପଢୌକନ ଓ ଉତ୍ତରୀୟ ପ୍ରଦାନ ପୂର୍ବକ 'ଶିକ୍ଷକ ଗଉରବ ସମ୍ମାନ' ରେସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର କୃତି ଛାତ୍ରୀ ଅଙ୍କିତା ପ୍ରିୟଦର୍ଶିନୀ ପରିଡ଼ା, ପୁଷ୍ପଲତା ପରିଡ଼ାଙ୍କ ସହ ଶିକ୍ଷାଓକ୍ରୀଡା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ୫୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ରତ୍ନାକର ପରିଡ଼ା, ସଭ୍ୟ ଗଣେଶ୍ୱର ପରିଡ଼ା,କାଳୁ ଦାସ,ଗଦାଧର ପରିଡା,ବିଦେଇ ଜେନା, ଭାଗ୍ୟ ଜେନା, ସୁବାଷ ସ୍ବାଇଁ, ପବିତ୍ର ପରିଡ଼ା, ପବିତ୍ର ମଲିକ୍, ସଭ୍ୟା ସରୋଜିନୀ ଦାସ,ସୁଷମା ଜେନା, ଶାନ୍ତିଲତା ପାଢ଼ୀଙ୍କ ସହ ଅଭିଭାବକ,ଯୁବକ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ବାର୍ଷିକ ଉତ୍ସବ ସଫଳ ହୋଇଥିଲା । ବିଭିନ୍ନ ବିଦ୍ୟାଳୟରୁ ଆମନ୍ତ୍ରିତ ଅତିଥିଭାବେ ସିଆରସିସି ପବିତ୍ର ପଣ୍ଡା, କ୍ଷେତ୍ରବାସୀ ଆଳୁକ, ଶିକ୍ଷକ ଗୋପକୃଷ୍ଣ ତ୍ରିପାଠୀ, ଚକ୍ରଧର ମହାପାତ୍ର,ପ୍ରତାପ ବିଶୋଇ,ଅଭୟ ଚରଣ ସାହୁ, ଫକିର ଦାସ, ଜଗନ୍ନାଥ ନାୟକ, ଶିକ୍ଷୟିତ୍ରୀ ପାର୍ବତୀ ମହାପାତ୍ର,ମିନତୀ ବେହେରା ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟର କୁନି କୁନି ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀ ରଥ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୪/୨୦୨୩---_୯,୧୦ Sakhigopal News,15/4/2023
ଗୁରୁଙ୍କ କଥା ମାନିଲେ ଭବିଷ୍ୟତ ରେ ଜଣେ ସୁନାଗରିକ ହୋଇପାରିବ
Reviewed by sakhigopal news
on
09:08
Rating: 5
Reviewed by sakhigopal news
on
09:08
Rating: 5



