ads

Breaking News

ଖୋର୍ଦ୍ଧା ରୋଡ଼ ସ୍କାଉଟ୍ସ ଏବଂ ଗାଇଡ୍ ଦ୍ଵାରା ୧୩ ତମ ମଣ୍ଡଳ ଶିବିର ଉଦଘାଟିତ

 


ଜଟଣୀ --ପୂର୍ବ ତଟ ରେଲୱେ ଭରତ ସ୍କାଉଟ୍ସ ଏବଂ ଗାଇଡ୍ସ ଖୋର୍ଦ୍ଧା ରୋଡ ମଣ୍ଡଳ ଦ୍ଵାରା 13 ତମ ମଣ୍ଡଳ ଶିବିର ଏବଂ ରାଲୀ  ଉଦଘାଟିତ ହୋଇଯାଇଛି। ଏହି ଶିବିରରେ ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ରୋଡ଼ ୟୁନିଟ ରୁ ପ୍ରାୟ 300 ସ୍କାଉଟ୍, ଗାଇଡ୍, ରୋଭର୍ସ, ରେଞ୍ଜର୍ସ ଏବଂ ପ୍ରଶିକ୍ଷକ ଅଂଶଗ୍ରହଣ କରୁଛନ୍ତି। ଆଜି ଏହି ରାଲିକୁ ଖୋର୍ଦ୍ଧା ରୋଡର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା), ଶ୍ରୀ ସୁଭ୍ରା ଜ୍ୟୋତି ମଣ୍ଡଳ ଉଦଘାଟନ କରିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିବା ଅନ୍ୟ ଅଧିକାରୀ ଶ୍ରୀ ଚନ୍ଦ୍ର ଭାନୁ ନାୟକ, ବରିଷ୍ଠ ମଣ୍ଡଳ ଇଞ୍ଜିନୟର୍, ଡ଼ା. ଅର୍ଚ୍ଚନା ମୀନା, ମଣ୍ଡଳ କମିଶନର୍ (ଗାଇଡ୍), ଶ୍ରୀ  ଦୀପକ ରାଉତ୍, ମଣ୍ଡଳ ସିଗ୍ନାଲ & ଟେଲିକମ ଇଞ୍ଜିନୟର୍ ଉପସ୍ଥିତ ଥିଲେ। ଶିବିରର ପ୍ରଥମ ଦିନର ସନ୍ଧ୍ୟାରେ ସ୍କାଉଟ୍ - ଗାଇଡ୍ ପିଲାମାନଙ୍କ ଦ୍ୱାରା ଏକ ରଙ୍ଗୀନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।
 ECORWWO ର ଅନ୍ୟ ସଦସ୍ୟଙ୍କ ସହ ପୂର୍ବ ତଟ ରେଳବାଇ ମହିଳା କଲ୍ୟାଣ ସଂଗଠନର ସଭାପତି ଶ୍ରୀମତୀ ସୁଭାଲକ୍ଷ୍ମୀ ଜେନା ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ । ଏହି ଅବସରରେ ସେ କହିଥିଲେ ଯେ ସ୍କାଉଟ୍ - ଗାଇଡ୍ ସଂଗଠନ ହେଉଛି ଏକ ସେବା ଭିତ୍ତିକ ସଂଗଠନ ଏବଂ ଏକ ସଂଗଠନ ଯାହା ପିଲାମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଚେଷ୍ଟା କରେ ବୋଲି ଅତିଥି ଆଜି ପ୍ରଥମ ଦିନ ରାଲି ରେ ମାର୍ଚପାଷ୍ଟ, କୱାଲି, surprise ଆଇଟମ ଏବଂ କ୍ୟାମ୍ପ ଫେୟାର ପ୍ରତିଯୋଗିତା ଆୟୋଜନ କରଯାଇଥିଲା।
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୪/୨୦୨୩---୭,୧୦ Sakhigopal News,22/4/2023

ads

Blog Archive

Popular Posts