ads

Breaking News

ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ସତ୍ୟବାଦୀ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ


 
ସାକ୍ଷୀଗୋପାଳ--- ପ୍ରବାଦ ପୁରୁଷ ବିଜୁବାବୁଙ୍କର ୨୬ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବରେ ସତ୍ୟବାଦୀ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ମେଡିକାଲ ସଫେଇ ସହ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଛି । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଙ୍କ ତତ୍ବାବଧାନରେ  ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଚତୁର୍ପାର୍ଶ୍ଵ ସଫେଇ କରାଯିବା ସହ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ବ୍ଲକ ବିଜେଡି ଯୁବ ସଭାପତି ଶରତ ରାଉତରାୟ, ବ୍ଲକ ବିଜେଡି ଛାତ୍ର ସଭାପତି ଦିନେଶ ମହାପାତ୍ର, ଅଳଗୁମ ପଞ୍ଚାୟତ ଯୁବ ସଭାପତି ଯଯାତି କେଶରୀ ରାୟ,ଛାତ୍ର ଜିଲ୍ଲା ସମ୍ପାଦକ ହଟ କିଶୋର ବାରିକ ,ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ଜୟପୁର ସରପଞ୍ଚ ଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ ,  ସୁବାସ ପ୍ରଧାନ, ପ୍ରକାଶ ଖଟେଇ, କାଳୁଚରଣ ଦାସ,ସୁଭାସିସ ଦାସ, ପ୍ରଭାକର ପଣ୍ଡା,ଆଶୁତୋଷ ପଣ୍ଡା ,ସୁକଳ ସମିତି ସଭ୍ୟ ବସନ୍ତ ବିଶ୍ୱାଳ ଙ୍କ ସହ ପ୍ରମୁଖ ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୪/୨୦୨୩----୮,୨୫ Sakhigopal News,17/4/2023

ads

Blog Archive

Popular Posts