ads

Breaking News

ନାଗପାଲି ଗ୍ରାମର ଝିଟ ଥପା ବଜ୍ରାଘାତରେ ଦେହାନ୍ତ


 
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପଞ୍ଚାୟତ ର ନାଗପାଲି  ଗ୍ରାମ ର ଝିଟ ଥପା ୫୫ ବର୍ଷ ବ୍ରଜଘାତରେ  ମୃତ୍ଯୁ ବରଣ କରିଛନ୍ତି। ଗତକାଲି ସେ କୌଣସି ଏକ କାମ ରେ ଅତାବିରା ବ୍ଲକ କଦୋବାହାଲ ଗ୍ରାମ କୁ ଯାଇଥିଲେ। ଫେରିବା ସମୟରେ ଝାଇଁଜୋରନଦୀ ନିକଟରେ  ଝଡ ବତାସ ସହ ବର୍ଷା ଓ ବଜ୍ରାଘାତ ହୋଇଥିଲା। ନିକଟସ୍ଥ ଏକ ପାନ ଦୋକାନରେ ୫ ଜଣ ଆଶ୍ରୟ ନେଇ ଥିଲେ । ସମସ୍ତେ ଆଘାତ ପ୍ରାପ୍ତ ସଂଜ୍ଞାହୀନ ହୋଇ ପଡି ଯାଇଥିଲେ। ସେମାନେ ହେଲେ ଝିଟ ଥପା, ନାଗପାଲି, ଝିଲିମିଂଡା ର ଗଂଗାଧର ଭୂଏ, ଗୋବିନ୍ଦ ପ୍ରଧାନ, କଦୋବାହାଲ ର ସନ୍ତୋଷ ମହାରଣା, ଲିଙ୍ଗ ଚାଲାଣ। ସେଠାକୁ ଅନ୍ୟ ମାନେ ଆସି ନିକଟସ୍ଥ କଦୋବାହାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇ ଥିଲେ। ସେଠାରେ ଝିଟ ଥପା ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।  ଅନ୍ୟ ମାନଙ୍କୁ ଗୁରୁତର ଭାବେ ଆହତ ହୋଇଥିବା ରୁ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ପଠାଇ ଥିଲେ। ପରେ ଗୋଡଭଗା ପୋଲିସ ଆସି ଝିଟ ଥପାଙ୍କ ଶବକୁ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। ଏହି ଖବର ନାଗପାଲି ପହଞ୍ଚିଲା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଝିଟ ଥପାଙ୍କ ବିଧବା ପତ୍ନୀ ଶୁଭକେଶୀ, ଦୁଇ ପୁଅ ଲିଂଗରାଜ, ଗିରିଧାରୀ ଓ ଏକମାତ୍ର ଝିଅ ଅଛନ୍ତି। ଆଜି ଶବ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗ୍ରାମବାସୀ ମାନେ ଶେଷ ଦର୍ଶନ କରିବା ପରେ  ଗ୍ରାମ ମଶାଣି ରେ ଶବ ସତ୍କାର କରାଯାଇଥିଲା।  ତାଙ୍କର ବଡ଼ ପୁଅ  ଲିଙ୍ଗରାଜ ମୁଖାଗ୍ନି ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୩/୪/୨୦୨୩----+୧୦/୧୦ Sakhigopal News,23/4/2023

ads

Blog Archive

Popular Posts