ads

Breaking News

ଭେଡେନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେସଙ୍କୁଳ ସ୍ତରୀୟ ଆଚାର୍ଯ୍ୟ,ଆଚାର୍ଯ୍ୟା ମାନଙ୍କ ଏକ କର୍ମଶାଳା ଅନୁଷ୍ଠିତ


ବରଗଡ଼---- ବରଗଡ ଜିଲ୍ଲା ଭେଡେନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଭେଡେନ ସଙ୍କୁଳ ସ୍ତରୀୟ ଆଚାର୍ଯ୍ୟ, ଆଚାର୍ଯ୍ୟା ମାନଙ୍କ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।  ମୁଖ୍ୟ ଅତିଥି ଭାବେ ୟୁକୋ ବ୍ଯାଙ୍କ ର ମ୍ୟାନେଜର ହେମସାଗର ଭୋଇ ଯୋଗ ଦେଇ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ପୁଷ୍କକ କୁମାର ମେହେର ଯୋଗ ଦାନ କରି ହିନ୍ଦୁ ଓ ଜୀବନଶୈଳୀରେ ବୈଜ୍ଞାନିକତା ବିଷୟ ରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପରିଚାଳନା ସମିତିର ସମ୍ପାଦକ ସୌମ୍ୟରଞ୍ଜନ ବେହେରା କାର୍ଯ୍ୟଶାଳା ର ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ। ସଂକୁଳ ପ୍ରମୁଖ ଅଶ୍ଵିନୀ କୁମାର ଦାଶ ପ୍ରଶିକ୍ଷଣ ଶିବିର ରେ ଆଚାର୍ଯ୍ୟ ମାନଙ୍କୁ ନିଜ ନିଜ ବିଦ୍ୟାାଳୟରେ ପ୍ରୟୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ଭେଡେନ ବ୍ଲକ ବିଦ୍ୟାଳୟ ମାନଙ୍କର ପ୍ରଧାନ ଆଚାର୍ଯ୍ୟ ଶିବାନନ୍ଦ ଦାଶ, ସଂକର୍ଷଣ ମିଶ୍ର, ଅଶୋକ କୁମାର ଧର, ଭୋଜରାଜ ଦୁଆନ, ନରେନ୍ଦ୍ର ରଣା, ରିଙ୍କୁ ଦାଶ, ମୁକୁନ୍ଦ ମହାରଣା ଯୋଗ ଦେଇ ଥିବା ବେଳେ ଭେଡେନ ଶିଶୁ ବିଦ୍ୟାମନ୍ଦିର ବିଦ୍ଯାଳୟ ର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବକ, ସେବିକା ମାନେ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର କୁମାର ବିଶ୍ବାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୬/୪/୨୦୨୩----୭,୨୦ Sakhigopal News,26/4/2023

ads

Blog Archive

Popular Posts